Posted inଜାତୀୟ

ମହିଳାଙ୍କ ପାଇଁ ରହିବ ୩୩ ପ୍ରତିଶତ ସଂରକ୍ଷଣ

ଅଗରତାଲା,୮।୩: ତ୍ରିପୁରାରେ ଭାଜପା ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସଶକ୍ତିକରଣ ଅଭିଯାନ ଏଠାରେ ହିଁ ଆରମ୍ଭ ହେବାକୁ ଯାଉଛି ବୋଲି ଅମିତ ଶାହା କହିଛନ୍ତି। ଏହି ଅବସରରେ ତ୍ରିପୁରା ମହିଳାଙ୍କୁ ଶାହା ଏକ ବଡ଼ ଉପହାର ଭେଟି ଦେଇଛନ୍ତି। ବର୍ତ୍ତମାନ ତ୍ରିପୁରାର ସରକାରୀ ଚାକିରିରେ ମାଆ ଓ ଭଉଣୀମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏତଦ୍‌ ବ୍ୟତୀତ ତ୍ରିପୁରାର ଯୁବକମାନଙ୍କ ପାଇଁ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭର୍ସିଟି କ୍ୟାମ୍ପସର ଖୁବ୍‌ଶୀଘ୍ର ମୂଳଦୁଆ ପକାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜଧାନୀ ଅଗରତାଲାରେ ଶାହା କହିଛନ୍ତି, ଦେଶର ସ୍ବାଧୀନତାର ୭୫ ବର୍ଷ ପୂରଣ ହୋଇଥିବା ବେଳେ ସୁନ୍ଦର ତ୍ରିପୁରାକୁ ମଧ୍ୟ ୫୦ ବର୍ଷ ପୂରିଛି। ୨୫ ବର୍ଷ ଧରି କମ୍ୟୁନିଷ୍ଟମାନେ ତ୍ରିପୁରା ଉପରେ ଶାସନ କରିଥିଲେ। ଏହି ସମୟରେ କମ୍ୟୁନିଷ୍ଟମାନେ ଗରିବଙ୍କ ନାମରେ ଏଠାରେ ଶାସନ କରିଥିଲେ। କିନ୍ତୁ ଗରିବଙ୍କ ପାଇଁ କିଛି କରି ନ ଥିଲେ। କିନ୍ତୁ ୪ବର୍ଷରୁ ଭାଜପା ସରକାର ଆସିବା ପରେ ତ୍ରିପୁରା ପରିବର୍ତ୍ତନ ହେବା ସହ ଲୋକଙ୍କୁ ମୌଳିକ ସୁବିଧା ମିଳିଛି। ତ୍ରିପୁରାର ପ୍ରତ୍ୟେକ ଗରିବ ଲୋକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଭାଜପା ସରକାର କାର୍ଯ୍ୟ କରିଛି। ତ୍ରିପୁରାରେ ସଡ଼କ ଏବଂ ରେଳପଥ ସହ ଜଡିତ ଅନେକ ଯୋଜନା କର୍ଯ୍ୟକ୍ଷମ କରିଛି ଭାଜପା। ଆସନ୍ତା ବର୍ଷ ଯେତେବେଳେ ୫ବର୍ଷ ସମାପ୍ତ ହୋଇଯିବ ସେତେବେଳେ ଭାଜପାକୁ ଆଉ ଥରେ ସୁଯୋଗ ଦେବାକୁ ଜନତାଙ୍କୁ ସେ ନିବେଦନ କରିଛନ୍ତି। ଏଥିସହ ଭାଜପା ଶାସନକୁ ଆସିଲେ ତ୍ରିପୁରାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ିତୋଳିବୁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri