Categories: ଜାତୀୟ

ୟେଦୁରପ୍ପାଙ୍କ ବାସଭବନରେ ଖାଇଲେ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବୋମ୍ମାଇ ବି ଥିଲେ ଉପସ୍ଥିତ…

ବେଙ୍ଗାଲୁରୁ,୨୪।୩: ଆସନ୍ତା କିଛି ସପ୍ତାହ ମଧ୍ୟରେ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି। ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାରରୁ କର୍ନାଟକ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ଅମିତ ଶାହା ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନକୁ ଯାଇ ସକାଳ ଜଳଖିଆ ଖାଇବା ସହିତ ଆୟୋଜିତ ବୈଠକରେ ଯୋଗ ଦେଇଥିବା ଜଣାପଡିଛି। ତେବେ କର୍ନାଟକ ଲୋକ ସଭା ନିର୍ବାଚନ ପୂର୍ବରୁ ୟେଦିୟୁରପ୍ପାଙ୍କ ଘରେ ହୋଇଥିବା ଆଲୋଚନାକୁ ନେଇ କଳ୍ପନାଜଳ୍ପନା କରାଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଚିକ୍କମଙ୍ଗାଲୁରୁ ବିଧାୟକ ସିଟି ରବି, ଏମ୍‌ପି ଅରୁଣ ସିଂ ଏବଂ ବିଧାୟକ ନାଲିନ କୁମାର କେଟେଲ ମଧ୍ୟ ସାମିଲ ଥିଲେ।

Share