Categories: ଜାତୀୟ

‘ଆଫସ୍ପା’ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ

କୋହିମା,୨୬।୧୨: ନାଗାଲାଣ୍ଡରେ ବିବାଦୀୟ ଆଇନ ତଥା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ରବିବାର ଏକ କମିଟି ଗଠନ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ ଏନେଇ ସୂଚନା ଦେଇଛନ୍ତି। ଗତ ମାସରେ ସେନା ଦ୍ୱାରା ଗୁଳି ମାଡରେ ନାଗାଲାଣ୍ଡର ୧୪ ଜଣ ସାଧାରଣ ନାଗରିକ ନିହତ ହୋଇ ଥିଲେ। ସେବେଠାରୁ ନାଗାଲାଣ୍ଡରୁ ଆଫସ୍ପା ଆଇନକୁ ହଟାଇବା ପାଇଁ ଦାବି ହୋଇଆସୁଛି। ଏନେଇ ଗତ ଡିସେମ୍ବର ୨୩ରେ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତରୀ ଅମିତ ଶାହା ଏକ ବୈଠକ ଡାକିଥିଲେ। ଏଥିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଆଫସ୍ପା ଆଇନକୁ ରଦ୍ଦ ପାଇଁ ଗତ ସପ୍ତାାହରେ ନାଗାଲାଣ୍ଡ ବିଧାନସଭାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା।

Share