Categories: ଜାତୀୟ

ଚମ୍ପାରନରେ ଶାହାଙ୍କ ରଣହୁଙ୍କାର: ଜଙ୍ଗଲରାଜଙ୍କ ସହ ମିଶିଗଲେ ନୀତୀଶ

ପାଟନା,୨୫।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ବିହାରର ଚମ୍ପାରନରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ରଣହୁଙ୍କାର ଦେଇଛନ୍ତି। ଶାହା କହିଛନ୍ତି, କ୍ଷମତା ପାଇଁ ନୀତୀଶ କୁମାର ଜଙ୍ଗଲରାଜଙ୍କ ଲୋକଙ୍କ ସହ ମିଶିିଯାଇଛନ୍ତି।  ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଆମର ସ୍ବପ୍ନ ଥିଲା, କରାଗଲା ମଧ୍ୟ। କିନ୍ତୁ ନୀତୀଶବାବୁ ପ୍ରତି ୩ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖନ୍ତି। ଏହା ଆପଣ ସମସ୍ତେ ଜାଣିଛନ୍ତି। ତେବେ ନୀତୀଶଙ୍କ ପାଇଁ ଭାଜପାର ଦ୍ୱାର ସବୁଦିନ ପାଇଁ ବନ୍ଦ ବୋଲି ଶାହା କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, କ୍ଷମତା ପାଇଁ ନୀତୀଶ କୁମାର ଲାଲୁ ପ୍ରସାଦଙ୍କ କୋଳରେ ବସିପଡ଼ିଲେ ଏବଂ ସୋନିଆ ଗାନ୍ଧୀଙ୍କ ପାଦତଳେ ଶୋଇପଡ଼ିଲେ। ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଜଣେ ବିକାଶବାଦୀରୁ ଏକ ସୁବିଧାବାଦୀ ହୋଇଗଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସ୍ଥାନ ଖାଲି ନାହିଁ। କେବଳ ମୋଦି ହିଁ ୨୦୨୪ରେ ଆସି ବୋଲିବେ କହି ଶାହା ନୀତୀଶଙ୍କ ଉପରେ ବର୍ଷିଛନ୍ତି।

Share