ବିଓଏମ୍‌ର ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୯ା୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ଗୃହଋଣ ସୁଧ ହାରରେ ୩୦ରୁ ୭୦ ବିପିଏସ୍‌ ହ୍ରାସ କରିଛି। ସେହିପରି ବ୍ୟାଙ୍କର ବ୍ୟକ୍ତିଗତ ଋଣ ହାରରେ ମଧ୍ୟ ୨୪୫ ବିପିଏସ୍‌ ହ୍ରାସ ହୋଇଥିବା ଜଣାପଡ଼ିଛି। ଏହି ପାର୍ବଣରେ ଖୁଚୁରା ଋଣର ସୁଧ ହାରକୁ ହ୍ରାସ କରି ଗ୍ରାହକମାନଙ୍କୁ ଖୁସି ଦେବା ପାଇଁ ସୁଧ ହାର ହ୍ରାସ କରିଥିବା କଥା ବ୍ୟାଙ୍କ ପକ୍ଷରୁ ଦର୍ଶାଯାଇଛି। ବିଶେଷକରି ବର୍ତ୍ତମାନ ଗୃହଋଣ ସର୍ବନିମ୍ନ ଶତକଡ଼ା ୮ % ସୁଧହାର ଥିବା ବେଳେ ବ୍ୟକ୍ତିଗତ ଋଣ ୮.୯% ସୁଧ ହାରରେ ଉପଲବ୍ଧ। ପୂର୍ବରୁ ଗୃହଋଣ ପାଇଁ ୮୦୦ରୁ ଅଧିକ କ୍ରେଡିଟ୍‌ ସ୍କୋର୍‌ ଥିବା ଋଣଗ୍ରହୀତାମାନଙ୍କୁ ସର୍ବନିମ୍ନ ୮.୩୦ % ହାରରେ ଏବଂ ୭୦୦ରୁ ତଦୂର୍ଦ୍ଧ୍ୱ କ୍ରେଡିଟ୍‌ ସ୍କୋର୍‌ ଥିବା ଋଣଗ୍ରହୀତାମାନଙ୍କୁ ୮.୭% ହାରରେ ସୁଧ ଦେବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସର୍ବନିମ୍ନ ୭୦୦ କ୍ରେଡିଟ୍‌ ସ୍କୋର ଥିବା ଋଣଗ୍ରହୀତାମାନଙ୍କୁ ୮% ସୁଧ ହାରରେ ଗୃହଋଣ ଉପଲବ୍ଧ ହେବା କଥା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ମଧ୍ୟ ‘ଦିୱାଲି ଧମାକା’ ଅଫର ଅନ୍ତର୍ଗତ ସୁନା, ଗୃହ ଏବଂ କାର୍‌ ଋଣର ପ୍ରୋସେସିଂ ଫି କୁ ଛାଡ଼ କରିଛି। ବିଓଏମ୍‌ର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଚଳିତ ଆର୍ଥିକ ବର୍ଷ ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ୩.୨୮% ସୁଧହାର ଥିଲା। ଏହା ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଅନେକ ବ୍ୟାଙ୍କଠାରୁ ଆଗୁଆ ଥିଲା। ଫଳରେ ଋଣଦାତାଙ୍କୁ ଋଣ ଉପରେ ସୁଧ ହାରରେ କୋହଳ ପାଇଁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri