ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବଲାଙ୍ଗୀର ସହରରେ ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିବା ଜଣେ ହୋମଗାର୍ଡଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ହୋମଗାର୍ଡ ଜଣକ ହେଲେ ହେମନ୍ତ କୁମାର ସେଠ( ୪୧ )। ସେ ରଣ୍ଡା ଗାଁର ବାସିନ୍ଦା। ଥାନାରେ ରୋଲକାଲ ଦେଇ ବଲାଙ୍ଗୀରରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ପୁଇଁନ୍ତଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଦୁର୍ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଥିବା ପୁଇଁନ୍ତଲା ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲାରେ ବଡ଼ଧରଣର ବିସ୍ଫୋରଣ: ଖେଳିଗଲା ଆତଙ୍କ

କାରାକାସ,୩।୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହଠାତ୍‌ ଜୋରଦାର ବିସ୍ଫୋରଣ। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ କାରାକାସ ସମେତ ଅନେକ...

ସିଭିଲ ସର୍ଭିସ ପରୀକ୍ଷା ଆଶାୟୀଙ୍କ ପାଇଁ ଖୁସି ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୩ା୧: ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ଓଏଏସ୍‌, ଓଆର୍‌ଏସ୍‌...

ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା, ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୩।୧:  ଭେନେଜୁଏଲା ଉପରେ ଆକ୍ରମଣ କରିଛି ଆମେରିକା। ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତୋଟି ସ୍ଥାନରେ ବିସ୍ଫୋରଣ କରିଥିବା ସୂଚନା ରହିଛି । ଏହାସହିତ...

ନୂଆବର୍ଷରେ BSNLର ଦମଦାର୍‌ ଅଫର୍‌, ଟଙ୍କାଟେ ବି ଦବାକୁ ପଡିବନି ମାଗଣା ମିଳିବ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୩।୧: ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL...

ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ

କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର...

ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ,...

ନିଶାରେ ତିରୁପତି ମନ୍ଦିର ଉପରକୁ ଚଢ଼ିଗଲେ ବ୍ୟକ୍ତି, କହିଲେ ମଦ ନଦେଲେ…

ନୂଆଦିଲ୍ଲୀ,୩।୧:  ଆନ୍ଧ୍ରପ୍ରଦେଶର ତିରୁପତି ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସହରରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିରର ଗୋପୁରମ ଶିଖର ଉପରେ...

ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା: ଆମ ବସ୍‌ ନେଲା ଜୀବନ

ଭୁବନେଶ୍ୱର,୩।୧: ପୁଣି ଆମ ବସ୍‌ ନେଲା ଜୀବନ। ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍‌ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri