Categories: ବାଣିଜ୍ୟ

ଓରିହୋମ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ପ୍ରଥମ ଟେକ୍ନୋଲୋଜିଭିତ୍ତିକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଓରିହୋମ୍‌ କନ୍‌ଷ୍ଟ୍ରକ୍‌ଶନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ ସମ୍ପର୍କରେ ଘୋଷଣା ହୋଇଛି। କମ୍ପାନୀ ବିଶେଷ କରି ୪ ପ୍ରମୁଖ ସେବା ଯୋଗାଉଛି। ଏହା ମଧ୍ୟରେ ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ ରହିଛି। ଗ୍ରାହକମାନେ ବାସଗୃହ ନିର୍ମାଣ ସହ ଅନ୍ୟ ଆନୁଷଙ୍ଗିକ ସୁବିଧା ଏକ ସଙ୍ଗରେ ପାଇପାରିବେ। ଏକ ପ୍ରଫେଶନାଲ ସଂସ୍ଥା ଭାବେ ଲୋକଙ୍କ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯୋଗାଣ କରାଯାଉଥିବା କମ୍ପାନୀ ପକ୍ଷକୁ କୁହାଯାଇଛି। ଘର ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ପ୍ରାୟ ୩୦୦ ଅତ୍ୟାଧୁନିକ ଟେଷ୍ଟ ସାମିଲ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ କମ୍ପାନୀ ଏହାର ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ପ୍ରଫେଶନାଲ ଇଞ୍ଜିନିୟରିଂ ଜ୍ଞାନକୌଶଳ ସହିତ ଜର୍ମାନ ଟେକ୍ନୋଲୋଜି ଗ୍ରାହକଙ୍କର ଗୃହ ନିର୍ମାଣରେ ବ୍ୟବହାର କରାଯାଉଛି। ଲୋକମାନେ ଯେପରି ବିଶ୍ୱସ୍ତରୀୟ ଅନୁଭୂତି ଲାଭ କରିପାରିବେ ତାକୁ ଧ୍ୟାନରେ ରଖାଯାଉଥିବା ଓରିହୋମ୍‌ ପକ୍ଷରୁ କୁହାଯାଇଛି। ଗ୍ରାହକ ଉତ୍ପାଦ ଏବଂ ସେବା ସମ୍ପର୍କିତ ସୂଚନା ପାଇଁ ଟୋଲ ଫ୍ରି ନଂ.- ୧୮୦୦୩୦୯୪୩୦୨ରେ ଯୋଗାଯୋଗ କରିପାରିବେ କିମ୍ବା ଝାରପଡାସ୍ଥିତ ଭଗବାନ ଟାୱାର କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ବୋଲି କମ୍ପାନୀର କମର୍‌ସିଆଲ ମୁଖ୍ୟ ଇଂ. ବର୍ଷା ଦାସ୍‌ଙ୍କ ପକ୍ଷରୁ ସୂଚନା ମିଳିଛି।

Share