ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍‌ ମୃତ୍ୟୁ, ଖେଳିଗଲା ଶୋକର ଛାୟା

୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍‌ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ଜଷ୍ଟିନଙ୍କ ପରିବାର ତାଙ୍କ ଇନଷ୍ଟାଗ୍ରାମ ଏବଂ ଫେସବୁକ ପେଜରେ ଏକ ପୋଷ୍ଟ ସେୟାର କରି ଏହି ଦୁଃଖଦ ସୂଚନା ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ପରିବାରର ବିବୃତ୍ତିରେ ଲେଖିଛନ୍ତି- ‘ଆମକୁ ବହୁତ ଦୁଃଖର ସହ ଜଣାଇବାକୁ ପଡୁଛି ଯେ ଆମ ପୁଅ, ସ୍ବାମୀ, ପିତା ଏବଂ ବନ୍ଧୁ ଜଷ୍ଟିନଙ୍କ ଦେହାନ୍ତ ହୋଇଛି। ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କ ସଙ୍ଗୀତ ଏବଂ ଗୀତ ସହିତ ବହୁ ବର୍ଷ ଧରି ଜଡିତ ଅଛନ୍ତି ଏବଂ ଆମେ ଆଶା କରୁଛୁ ଯେ ତାଙ୍କର ସଙ୍ଗୀତ ଆପଣଙ୍କ ଯାତ୍ରାକୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିବ। ପରିବାର୍‌ ଦ୍ୱାରା ଜାରି ବିବୃତ୍ତିରେ ଜଷ୍ଟିନ ଟାଉନ୍ସଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରିନାହାନ୍ତି।
ଜାନୁଆରୀ ୪, ୧୯୮୨ ସେ ନାଶଭିଲରେ ଜନ୍ମଗ୍ରହଣ କରିଥିଲେ। ଜଷ୍ଟିନ ଏକ ସ୍ଥାନୀୟ ବ୍ୟାଣ୍ଡରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିଅରରେ ୮ଟି ଆଲବମ ତିଆରି କରିଛନ୍ତି। ଜଷ୍ଟିନ ଟାଉନ୍ସ ସାରା ଜୀବନ ନିଶା ଏବଂ ମଦ୍ୟପାନ ସହ ସଂଘର୍ଷ କରିଥିଲେ। ଏହି କାରଣରୁ ତାଙ୍କୁ ତାଙ୍କ ପିତା ଷ୍ଟିଭ ଇୟଲର୍ର୍ଙ୍କ ବ୍ୟାଣ୍ଡରୁ ବିତାଡିତ କରାଯାଇଥିଲା। ଜଷ୍ଟିନ ଗାୟକ ଷ୍ଟିଭ ଇୟଲର୍ର୍ଙ୍କ ପୁତ୍ର ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଗାୟକଙ୍କ ମୃତ୍ୟୁକୁ ନେଇ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ଜଷ୍ଟିନ ଟାଉନ୍ସଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

Share