ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଝିଅ ରାଚେଲ ଷ୍ଟିରଲିଙ୍ଗ ଜଣାଇଛନ୍ତି। ସେ କହିଛନ୍ତି, ମୋର ପ୍ରିୟ ମା’ ସବୁଦିନ ପାଇଁ ଶାନ୍ତିରେ ଶୋଇଯାଇଛି।
ଡାଏନା ୧୯୬୦ ଦଶକରେ ଟିଭି ସିରିଜ୍‌ ‘ଦ ଏଭେଞ୍ଜର୍ସ’ ରେ ଗୁପ୍ତ ଏଜେଣ୍ଟ ଏମ୍ମା ପିଲ୍‌ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ।

Share