ଭାଇଚାରାରେ ହୋଲି

ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର ରଙ୍ଗ ସହିତ ପଳାଶ ଓ ଶିମିଳି ଫୁଲର ନାଲି ଓଢ଼ଣିରେ ସଜେଇହୁଏ। ପ୍ରକୃତିକୁ ସ୍ବାଗତ କରିବା ପାଇଁ ଫଗୁଣ ନେଇଆସେ ରଙ୍ଗର ପର୍ବ ଦୋଳ ଓ ହୋଲି। ଏହି ସମୟରେ ଓଡ଼ିଶାର ପୁରପଲ୍ଲୀ ହୁଏ ଉତ୍ସବମୁଖର। ଦୋଳ ବିମାନରେ ରାଧାକୃଷ୍ଣ ଗ୍ରାମ ପରିକ୍ରମା କରିଥାନ୍ତି। ମାତ୍ର ବିଭିନ୍ନ ମଠମନ୍ଦିରରେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥିବା ଫଗୁକୁ ନେଇ ଆରମ୍ଭ ହୁଏ ହୋଲିର ଖେଳ। ପୁରାଣରେ କଥା ଅଛି, ହିରଣ୍ୟକଶ୍ୟପର ଭଉଣୀ ହୋଲିକାଙ୍କ ନାମକୁ ନେଇ ସୃଷ୍ଟି ହୋଇଛି ହୋଲି। ପୁରାଣ ଅନୁସାରେ ରାଜା ହିରଣ୍ୟକଶ୍ୟପଙ୍କ ପୁତ୍ର ଥିଲେ ପ୍ରହ୍ଲାଦ। ମାତ୍ର ପ୍ରହ୍ଲାଦ ବିଷ୍ଣୁଙ୍କ ପରମଭକ୍ତ ହୋଇଥିବାରୁ ସେ ସର୍ବଦା ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରୁଥିଲେ। କିନ୍ତୁ ହିରଣ୍ୟକଶ୍ୟପ ବିଷ୍ଣୁଙ୍କ ନାମ ନ ଧରିବା ପାଇଁ ପ୍ରହ୍ଲାଦଙ୍କୁ ଯେତେ ବାରଣକଲେ ମଧ୍ୟ ସେ ବିଷ୍ଣୁଙ୍କୁ ସର୍ବଦା ଆରାଧାନା କରୁଥିଲେ। ସେଥିପାଇଁ ହିରଣ୍ୟକଶ୍ୟପ କ୍ରୋଧାନ୍ବିତ୍ୱ ହୋଇ ପୁତ୍ର ପ୍ରହ୍ଲାଦଙ୍କୁ ମାରିବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ସେ ସବୁଥିରେ ବିଫଳ ହୋଇଥିଲେ। ଶେଷରେ ପୁତ୍ର ପ୍ରହ୍ଲାଦଙ୍କୁ ମାରିବା ପାଇଁ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାର ସହଯୋଗ ଲୋଡ଼ିଥିଲେ। ତେଣୁ ହୋଲିକା ଅଗ୍ନିରେ ବିନା ଦ୍ୱିଧାରେ ଅଗ୍ନିସ୍ନାନ କରୁଥିଲେ। ହିରଣ୍ୟକଶ୍ୟପଙ୍କ ଆଦେଶରେ ପ୍ରହ୍ଲାଦଙ୍କୁ ମାରିବା ପାଇଁ ପାଞ୍ଚଅଗ୍ନିରେ ପ୍ରବେଶକରି ତପସ୍ୟା କଲାବେଳେ ଭଗବାନ ବିଷ୍ଣୁ ଆବିର୍ଭାବ ହୋଇ ପ୍ରହ୍ଲାଦଙ୍କୁ ଉଦ୍ଧାର କରିଥିଲେ। ଏହାପରେ ହୋଲିକା ଅଗ୍ନିରେ ଜଳି ଧ୍ୱଂସ ହୋଇଯାଇଥିଲା। ତେବେ ହୋଲିକାର ଦହନଙ୍କୁ ନେଇ ସେବେଠାରୁ ହୋଲି ଉତ୍ସବ ପାଳନ ହେଉଥିବା ବିଶ୍ୱାସ କରାଯାଏ। ଏହି ହୋଲିପର୍ବ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥାଏ ଭିନ୍ନ ଭିନ୍ନ ପ୍ରକାରର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ମାତ୍ର ଓଡ଼ିଶାରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଦୋଳ ହୋଲି ପର୍ବକୁ ନେଇ ସ୍ବାତନ୍ତ୍ର୍ୟ ରହିଛି। ଏଠାରେ ହିନ୍ଦୁ -ମୁସଲମାନ ଭାଇମାନେ ଏକାଠି ମିଶି ଖୁବ୍‌ ଧୁମ୍‌ଧାମ୍‌ରେ ଏହି ପର୍ବ ପାଳନ କରିଥାଆନ୍ତି…

ବାରିପଦାର ହୋଲି-ରଙ୍ଗର ପର୍ବ ହୋଲି ା ବିଧି ଅନୁଯାୟୀ ପ୍ରତିବର୍ଷ ଫଗୁଣ ମାସର ପୂର୍ଣ୍ଣିମା ତିଥିରେ ଏହାକୁ ପାଳନ କରାଯାଏ ା କେବଳ ଯେ ହିନ୍ଦୁ ଧର୍ମର ଲୋକେ ଏହାକୁ ପାଳନ କରିଥାନ୍ତି, ତା ନୁହେଁ ବରଂ ବିଭିନ୍ନ ଧର୍ମର ଲୋକେ ଭାଇଚାରା ସହକାରେ ଆନନ୍ଦ ଉଲ୍ଲାସର ସହିତ ଏହିପର୍ବକୁ ପାଳନ କରିଥାନ୍ତି ା ଯାହାର ଉଦାହରଣ- ମୟୂରଭଞ୍ଜ ଜିଲା ବାରିପଦା ସହରର ଲାଲବଜାର ସ୍ଥିତ ୱାର୍ଡ ନଂ. ୧୦ରେ ଦେଖିବାକୁ ମିଳିଥାଏ ା ଏଠାରେ ବସବାସ କରୁଥିବା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ମିଳିମିଶି ଏହି ପର୍ବକୁ ବେଶ୍‌ ଧୂମ୍‌ଧାମରେ ପାଳନ କରିଆସୁଛନ୍ତି ା ଲାଲବଜାର ଅଞ୍ଚଳରେ ରହୁଥିବା ୫୪ରୁ ଊର୍ଦ୍ଧ୍ୱ ମୁସଲିମ ପରିବାର ଓ ୧୧୦ରୁ ଊର୍ଦ୍ଧ୍ୱ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ମିଳିମିଶି ପାଳନ କରୁଛନ୍ତି ା ହୋଲି ପର୍ବରେ ମୁସଲମାନ ଭାଇମାନେ ସାମିଲ ହୋଇ ପର୍ବ ପାଳନ କରୁଥିବା ବେଳେ ମୁସଲମାନମାନଙ୍କ ପର୍ବରେ ବି ହିନ୍ଦୁ ଭାଇମାନେ ମିଳିମିଶି ମହରମ ପର୍ବକୁ ପାଳନ କରିଥାନ୍ତି ା ଆଜକୁ ପ୍ରାୟ୨୫ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ମୁସଲମାନ ପରିବାରର ଏସ୍‌.କେ. ସାମସେର, ଏସ୍‌.କେ କରିମ, ଶେଖ୍‌ ରାଜା ଖାନ୍‌, ସାହେବ ଅଖତର, ଶେଖ୍‌ ରହିମଙ୍କ ନେତୃତ୍ୱରେ ମୁସଲମାନ ଭାଇମାନେ ହୋଲିକୁ ଜାକଜମକରେ ପାଳନ କରି ଆସୁଛନ୍ତି ା ଠିକ୍‌ ସେହିପରି ମହରମ ପର୍ବରେ ହିନ୍ଦୁ ପରିବାରର ମହେଶ୍ୱର ସାହୁ, ଶମ୍ବୁନାଥ ସାହୁ, ନୀଳାମ୍ବର ବେହେରା, ପ୍ରଭାତ ସାହୁ, ମାନସ କୁମାର ବେହେରାଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ମିଳିମିଶି ଉଭୟଙ୍କ ପର୍ବରେ ସାମିଲ ହୋଇଥାନ୍ତି ା ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ ତଥା ଏହି ୱାର୍ଡର ବାସିନ୍ଦା କୃଷ୍ଣାନନ୍ଦ ମହାନ୍ତି କୁହନ୍ତି, ପରସ୍ପର ମଧ୍ୟରେ ଥିବା ସ୍ନେହ ଓ ଭଲ ପାଇବାର କଥା ଏହି ପର୍ବ ପାଳନରେ ପ୍ରତିଫଳିତ ହୋଇଥାଏ ା ପର୍ବ ପାଳନ ସମୟରେ ଏକାଠି ଖାଦ୍ୟପେୟର ଆୟୋଜନ ହୋଇଥାଏ ା ଅପରପକ୍ଷରେ ମୀର ବାବର ଅଲ୍ଲୀ କହନ୍ତି, ପ୍ରଥମେ ଆମେ ସମସ୍ତେ ମଣିଷ ା ବର୍ଷ ବର୍ଷ ଧରି ଆମେ ଏଇଠି ଏକାଠି ରହୁଛୁ। ସୁଖ ଦୁଖରେ ପାଖଷର ଛିଡା ହଉଛୁ। ତେଣୁ ସମ୍ପ୍ରଦାୟର ଭେଦଭାବ ଏଠାରେ ଆମେ କେବେ ଅନୁଭବ କରିନାହୁଁ ା ଆମ ପର୍ବ ମହରମ ପାଳନ କମିଟିରେ ସର୍ବସମ୍ମତ ନିଷ୍ପତ୍ତି ଅନୁଯାୟୀ ସଭାପତି ଭାବେ କୃଷ୍ଣାନନ୍ଦ ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି ା ଉଭୟ ଉଭୟଙ୍କ ପର୍ବ ପାଳନରେ ସାମିଲ ହେବା ଏକ ବିରଳ ଉଦାହରଣ ବୋଲି ବାରିପଦା ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସଭାପତି ଶରତ ନାୟକ ପ୍ରକାଶ କରିଛନ୍ତି ା

ଭାଇଚାରା ସୃଷ୍ଟିକରେ କାଉଁରୀ ପାଟଣା ହୋଲି: ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚାୟତର କାଉଁରୀ ପାଟଣା ସାହି। ଏହି ସାହିରେ ବାସିନ୍ଦାଭାବେ ହିନ୍ଦୁ ଓ ମୁସଲିମ୍‌ ଉଭୟ ପୁରୁଷ ପୁରୁଷ ଧରି ଚଳିଆସୁଛନ୍ତି । ସାହିର ଉପକଣ୍ଠର ଦକ୍ଷିଣ ପାର୍ଶ୍ୱରେ ରାଜସୁନାଖଳା ଓ ବଡ଼କୁମାରୀ ଉଭୟ ପଞ୍ଚାୟତ ତଥା ବୋଲଗଡ଼ ଓ ରଣପୁର ଉଭୟ ବ୍ଲକ ସୀମାନ୍ତ ସ୍ଥଳରେ ଅବସ୍ଥିତ ସ୍ଥାନୀୟ ଲୋକଙ୍କ ଆରାଧ୍ୟା କାଉଁରୀ ଠାକୁରାଣୀଙ୍କ ମନ୍ଦିର। ମା’ କାଉଁରୀ ଠାକୁରାଣୀଙ୍କ ନାମରେ ଏହି ସାହିର ନାମ କାଉଁରୀ ପାଟଣା । ଏହି ସାହିର ମଧ୍ୟଭାଗ ଦେଇ ରଣପୁରକୁ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାଟିର ପୂର୍ବ ଭାଗରେ ରୁହନ୍ତି ହିନ୍ଦୁ ବାସିନ୍ଦା ଓ ପଶ୍ଚିମ ଭାଗକୁ ରୁହନ୍ତି ମୁସଲ୍‌ମାନ ବାସିନ୍ଦା। ଏଠାରେ ଏକ ମସ୍‌ଜିଦ ମଧ୍ୟ ରହିଛି। ତେବେ ସାହିର ଉତ୍ତର ଦିଗରେ ମହାଦେବ ନୀଳକଣ୍ଠ ଦେବଙ୍କ ମନ୍ଦିର ଅବସ୍ଥିତ। କିନ୍ତୁ ଏଠାରେ ହିନ୍ଦୁ ଓ ମୁସଲମାନ ଉଭୟେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମିଳିମିଶି ପରସ୍ପରକୁ ସହଯୋଗ କରିବା ସହ ଖୁସୀ ମନାଇଥାନ୍ତି। ତେବେ ଆସଫଅଲ୍ଲୀ କୁହନ୍ତି, ‘ଏଠାରେ ଭାଇଚାରା, ସଦ୍‌ଭାବକୁ ବଜାୟ ରଖି ପରସ୍ପରଙ୍କ ଉତ୍ସବରେ ସହଯୋଗ କରିଥାଉ। ସେହିପରି ଚିତ୍ତରଞ୍ଜନ ପ୍ରଧାନ କୁହନ୍ତି ମୁସଲିମ ଭାଇମାନଙ୍କ ବିଭିନ୍ନ ଉତ୍ସବରେ ହିନ୍ଦୁ ଭାଇମାନେ ମଧ୍ୟ ସହଯୋଗ କରିଥାନ୍ତି। ବିଶେଷକରି ହୋଲିରେ ଉଭୟ ସମ୍ପ୍ରଦାୟର ଲୋକ ଏକାଠି ହୋଇ ହୋଲି ଉତ୍ସବ ମନାଇଥାଉ।’

୧୦୦ ବର୍ଷ ପୁରୁଣା ରେଙ୍ଘାଳୋ ଓ ବଡ଼ମାଛପୁରର ହୋଲିପର୍ବ- ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ଭିତରେ ଦୋଳ ହୋଲିର ଆକର୍ଷଣ ସବୁଠୁ ନିଆରା। ବିଭିନ୍ନ ସ୍ଥାନରେ ଦୋଳ ହୋଲିକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବାବେଳେ ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ମାଛପୁର ଗ୍ରାମପଞ୍ଚାୟତର ରେଙ୍ଘାଳୋ ଓ ବଡ଼ମାଛପୁରରେ ଦୋଳ ଓ ହୋଲି ପର୍ବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ଭଉଣୀଭାଇମାନେ ମିଶି ଭାଇଚାରା ସହକାରେ ଦୋଳ ହୋଲି ପାଳନ କରିଥାନ୍ତି। ପ୍ରାୟ ୧୦୦ବର୍ଷ ପୁରୁଣା ଏଠାକାର ଦୋଳପର୍ବ। ଆରମ୍ଭରୁ ହିଁ ଏଠାରେ ଏହିପରି ଭାଇଚାରାର ସହ ଦୋଳପର୍ବ ପାଳନ ହେଉଥିବାର ଶୁଣିବାକୁ ମିଳେ। ଯେଉଁଥିପାଇଁ ସେଠାକାର ଲୋକଙ୍କ ପାଇଁ ଏହା ଏକ ସବୁଠୁ ବଡ଼ ପର୍ବ ବୋଲି କୁହନ୍ତି, ସ୍ଥାନୀୟ ଅଧିବାସୀ ଅନୁପ କୁମାର ପରିଡ଼ା, ଗୋଲେଖ ପ୍ରସାଦ ପରିଡ଼ା, ରମେଶଚନ୍ଦ୍ର ବେହେରା, ଦାସରଥି ସେଠୀ, ସ୍ଥାନୀୟ ସରପଞ୍ଚ ସସ୍ମିତା ନାୟକ, ସମାଜସେବୀ ଭାଗ୍ୟଧର ଖଟୋଇ, ମିହିରକଲିମ ଅଲ୍ଲୀ, ଇଶାକ୍‌ ମହମ୍ମଦ, ମିହିର ଅହମ୍ମଦ ଅଲ୍ଲୀ ପ୍ରମୁଖ। ସରପଞ୍ଚ ସସ୍ମିତା ନାୟକ କୁହନ୍ତି- ଅଞ୍ଚଳବାସୀଙ୍କ ସହଯୋଗରେ ଏଠାରେ ବିଭିନ୍ନ ପର୍ବ ପାଳନ କରାଯାଇଥାଏ। ତେବେ ଦୋଳ ଓ ହୋଲି ବେଳେ ପାରମ୍ପରିକ ପଟୁଆରରେ ଦୁଇଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ହୋଲି ଦିନ ଉଭୟେ ହିନ୍ଦୁ ଓ ମୁସଲିମ ଏଠାରେ ହୋଲି ଖେଳନ୍ତି। ବର୍ଷବର୍ଷ ଧରି ଭାଇଚାରା ସହଯୋଗରେ ହୋଲିପର୍ବ ପାଳନ ହୋଇଆସୁଛି । ଚଳିତବର୍ଷ କରୋନା ପ୍ରଭାବ ପାଇଁ କଟକଣା ଜାରି କରାଯାଇଛି। ମିହିର କାଲିମ ଅଲ୍ଲୀ କୁହନ୍ତି- ଆମର ଇଦ୍‌ ପର୍ବ ସମୟରେ ହିନ୍ଦୁଭାଇମାନେ ସହଯୋଗ କରନ୍ତି । ସେହିପରି ତାଙ୍କର ଦୋଳ ଓ ହୋଲିରେ ଆମେ ମିଳିମିଶି ପରସ୍ପରଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଭିତ୍ତିରେ ପର୍ବ ପାଳନ କରିଥାଉ। ଇଶାକ ମହମ୍ମଦ କୁହନ୍ତି- ଏହି ଅଞ୍ଚଳରେ କାହିଁ କେଉଁ ସମୟରୁ ହିନ୍ଦୁ ଓ ମୁସଲିମ ଉଭୟଙ୍କ ପର୍ବରେ ପରସ୍ପର ସହଯୋଗ କରିଥାଉ। ହୋଲି ସମୟରେ ପରସ୍ପରଙ୍କ ମଧ୍ୟରେ ହୋଲି ଖେଳର ଖୁସୀ ମନାଇଥାଉ। ଗାଁର ଶାନ୍ତିକମିଟି ଜରିଆରେ ଶୃଙ୍ଖଳା ରକ୍ଷା କରାଯାଇଥାଏ। ଅନୁପ ପରିଡ଼ା କୁହନ୍ତି- ଆମେମାନେ ମିଳିମିଶି ଦୋଳ ହୋଲି ପର୍ବ ପାଳନ କରିଥାଉ। ଏଥିରେ ଆମ ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତି ମିଳିମିଶି ହୋଲି ଉତ୍ସବକୁ ପାଳନ କରିଥାନ୍ତି। ହିନ୍ଦୁ ମୁସଲିମ ପରସ୍ପର ଅବିର ଖେଳରେ ସାମିଲ ହୋଇଥାନ୍ତି। ଏହା ଆମ ଅଞ୍ଚଳରେ ଭାଇଚାରା ସୃଷ୍ଟି କରିଥାଏ। ଏହି ପର୍ବ ଅବସରରେ ସମଗ୍ର ରେଙ୍ଘାଳ ଓ ବଡ଼ମାଛପୁର ଅଞ୍ଚଳର ପ୍ରାୟ ସମସ୍ତ ଗ୍ରାମର ହିନ୍ଦୁ ଓ ମୁସଲମାନ ସାହିଗୁଡ଼ିକ ବେଶ୍‌ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇଥାଏ। ଦୋଳଯାତ୍ରାରେ ପ୍ରଭୁ ରାଧାକୃଷ୍ଣ, ପ୍ରଭୁ ଭୁବନେଶ୍ୱର ଦେବ, ଗୋପୀନାଥ ଦେବ ଦୁଇଟି ସୁସଜ୍ଜିତ ଦୋଳବିମାନରେ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଥାନରେ ଭୋଗ ଖାଇଥାଆନ୍ତି। ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲମାନ ଭାଇମାନେ ସାମିଲ ହୋଇଥାନ୍ତି। ସ୍ଥାନୀୟ ବାରହାଗୋରଡା ପଞ୍ଚମୀ ପଡିଆରେ ଭୁବନେଶ୍ୱର ଦେବ ଓ ଗୋପୀନାଥ ଦେବଙ୍କର ବିରଳ ହରିହର ଭେଟପର୍ବ ଅନୁଷ୍ଠିତ ହୋଇ ମେଣ୍ଢା କୁଡିଆ ପୋଡା ହୋଇଥାଏ। ଏହାପରେ ହୋଲି ପର୍ବରେ ଉଭୟ ସମ୍ପ୍ରଦାୟର ଲୋକ ରଙ୍ଗଅବିର ଓ ଫଗୁରେ ହୋଲି ଖେଳି, ଭୋଗ ଖାଇ ଖୁସି ମନେଇଥାନ୍ତି। ଠିକ୍‌ ସେହିପରି ଇଦ୍‌ ଉଲ ଫିତର୍‌, ଇଦ୍‌ ଜୁହା ଆଦିରେ ମଧ୍ୟ ଉଭୟ ସମ୍ପ୍ରଦାୟ ଏକାଠି ହୋଇ ପର୍ବ ପାଳିଥାନ୍ତି। ଉଭୟଙ୍କ ମଧ୍ୟରେ ଭାଇଚାରାକୁ ବଜାୟ ରଖି ପ୍ରତିବର୍ଷ ପାଳିତ ହେଉଥିବା ଏହି ପର୍ବରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, କଳାକାର, ସମସ୍ତ ବ୍ୟକ୍ତି ଯୋଗଦେଇଥାନ୍ତି। ଏହି ଅଞ୍ଚଳରେ ଏହିପର୍ବ ଶହ ଶହ ବର୍ଷ ଧରି ହିନ୍ଦୁ ଓ ମୁସଲିମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସଂହତିର ବାର୍ତ୍ତା ପ୍ରଚାର କରି ଆସୁଛି। ତେବେ ଚଳିତବର୍ଷ କରୋନା ମହାମାରୀର ପ୍ରଭାବ ଯୋଗୁ ସରକାରଙ୍କ କଟକଣାକୁ ନଜରରେ ରଖି ଯେପରି କୌଣସି ଅଘଟଣ ନ ଘଟିବ ସେଥିପ୍ରତି ସରକାରଙ୍କ ନୀତିନିୟମକୁ ମାନି ହୋଲି ପର୍ବକୁ ପାଳନ କରାଯାଇପାରେ।

-ବନବିହାରୀ ବେହେରା
ନୀଳାଦ୍ରି ବିହାରୀ ଦଣ୍ଡପାଟ
ବିଚିତ୍ରାନନ୍ଦ ସାହୁ, ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri