ଆଧ୍ୟାତ୍ମିକ ବାତାବରଣରେ ପାଳିଲେ ହୋଲି

ସେମିଳିଗୁଡ଼ା, ୨୯।୩(ସ୍ବ.ପ୍ର.): ସେମିଳିଗୁଡ଼ା ଆର୍ଟ ଅଫ୍‌ ଲିଭିଂ ପରିବାର ପକ୍ଷରୁ ଶ୍ରୀ ଶ୍ରୀ ଧ୍ୟାନକେନ୍ଦ୍ରରେ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ହୋଲି ଉତ୍ସବ ପାଳନ କରାଯାଇଛି। ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇ ସମୂହ ଧ୍ୟାନ କରିବା ସହ ଗୁରୁପୂଜା ଓ ସତ୍‌ସଙ୍ଗରେ ସାମିଲ ହୋଇଥିଲେ। ପରେ ପାରମ୍ପରିକ ରୀତିନୀତିରେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ। ପିଲାମାନେ ହଳଦୀ, ଚନ୍ଦନ ଏବଂ ଫୁଲରଙ୍ଗ ବ୍ୟବହାରକରି ହୋଲି ଖେଳିଥିଲେ ବୋଲି ଆର୍ଟ ଅଫ୍‌ ଲିଭିଂ ପ୍ରଶିକ୍ଷିତା ଡ. ସରସ୍ବତୀ ରାୟ କହିଛନ୍ତି। ସେ ହୋଲି ଉତ୍ସବର ଆଧ୍ୟାତ୍ମିକ ଏବଂ ବିଜ୍ଞାନ ସମ୍ମତ ଉପାଦେୟତା ସମ୍ବନ୍ଧରେ ବୁଝାଇଥିଲେ। ଏହି ଉତ୍ସବରେ ବର୍ଷା ରାଉତ, ବିଜୁଳି ସାହୁ, ଆର୍‌.ଦୀପା, ଶିବାଙ୍ଗୀ ପ୍ରଧାନ ଓ ସଙ୍ଗୀତା କିର୍ଷାନୀ ଉପସ୍ଥିତ ଥିଲେ।