ନିଆରା ଢ଼ଙ୍ଗରେ ହୋଲି, ନିଷ୍ପତ୍ତି ଥିଲା ଏମତି…

ପାଟଣା,୨୬।୩(ବୀର କିଶୋର ଦାଶ): ରଙ୍ଗର ପର୍ବ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ଯୁବକମାନେ। ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ବାମ ଗ୍ରାମ୍ୟ କଂକ୍ରିଟ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିଲା। ଗ୍ରାମର ଯୁବକମାନେ ମଙ୍ଗଳବାର ସକାଳୁ ହୋଲି ଖେଳିବା ପରେ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ଟଙ୍କାରେ ରାସ୍ତା କାମ କରିଥିଲେ। ଭାଗିରଥି ଦାଶ, ସୁବ୍ରତ ଦ୍ବିବେଦୀ, ରାଜବଲ୍ଲଭ ମିଶ୍ର, ନିର୍ମଳ ଦାଶ, ସନ୍ତୋଷ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ସୁମିତ ପତି, ଜ୍ଞାନେନ୍ଦ୍ର ମିଶ୍ର, ଗୌରୀ ରଞ୍ଜନ ମିଶ୍ର, ବିରୋମୋହନ ଦ୍ବିବେଦୀ, ଶ୍ରୀନିବାସ ଶତପଥୀ ଚିରଞ୍ଜିବୀ ଦାଶ, ଲୋକ ନାଥ ମିଶ୍ର, କୁଳମଣି ଶତପଥୀ ପ୍ରମୁଖ ରାସ୍ତା ମରାମତି କରିଥିଲେ।