ଇସଲାମାବାଦ,୨୧।୬ : ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବରକୁ ଦମନ କରିବା ପ୍ରକ୍ରିୟା ଜାରି ରହିଛି। ଅହମ୍ମଦିଆ ମୁସଲମାନ ତଥା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ହଇରାଣ କରାଯାଉଥିବା ଖବର ଆସୁଛି। ଏହି ସମୟରେ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗର ଏକ ନିର୍ଦ୍ଦେଶ ଧାର୍ମିକ ସ୍ବାଧୀନତାକୁ ନେଇ ଚିନ୍ତା ବଢ଼ାଇଛି। ଏହି କ୍ରମରେ ହୋଲି ଉତ୍ସବକୁ ଦେଶର ଶିକ୍ଷାନୁଷ୍ଠାନରେ ନିଷେଧ କରାଯାଇଛି।
ପାକିସ୍ତାନର ମିଡିଆ ଗ୍ରୁପ ଆଜ ନ୍ୟୁଜ ଅନୁଯାୟୀ ଉଚ୍ଚଶିକ୍ଷା ଆୟୋଗ କହିଛନ୍ତି ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରୁ ହୋଲି ଉତ୍ସବ ଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏହିପରି ଉତ୍ସବ ଦେଶର ଇସଲାମିକ ପରିଚୟରୁ ଦୂରେଇ ଯିବା ପରି ହେଉଛି। ତେଣୁ ଏହାକୁ ବ୍ୟାନ କରାଯାଇଛି।