ପରସ୍ପରକୁ ଜୋତା ଫିଙ୍ଗି ମନାଇଥା’ନ୍ତି ହୋଲି

ସାରା ଦେଶରେ ଆଜି ପାଳନ କରାଯାଇଛି ହୋଲି। ସୋସିଆଲ ମିଡିଆରେ ବିହାରର ଏକ ହୋଲିର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ କରିପାରିବେନି। ଭିଡିଓରେ ଲୋକମାନେ ରଙ୍ଗ ବଦଳରେ ପରସ୍ପର ଉପରେ ଚପଲ ଏବଂ ଜୋତା ଫିଙ୍ଗୁଥିବାର ଦେଖିବାକୁ ମିଳିଛି।

ହୋଲି  ବିଭିନ୍ନ ରାଜ୍ୟରେ ବିଭିନ୍ନ ଉପାୟରେ ପାଳନ କରାଯାଏ। ରଙ୍ଗ ବ୍ୟତୀତ ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ହୋଲି ଫୁଲ ହୋଲି, ଲାତ ମରା ହୋଲି, କପଡା ଚିରିବା, ଟମାଟୋ ଫିଙ୍ଗିବା, କାଦୁଅ ବୋଳିବା ହୋଲି ବିଷୟରେ ଶୁଣିଥିବେ। କିଛି ଲୋକ ହୋଲି ନାମରେ ଗୋବର ମଧ୍ୟ ଫିଙ୍ଗିଥାନ୍ତି। ଏପରିକି କଳା ତେଲ ପରସ୍ପର ଉପରେ ପକାଉଥିବାର ଦେଖାଯାଏ।

ପାଟଣାସ୍ଥିତ ଏକ ଓ୍ବାଟର ପାର୍କରେ ହୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଠାରେ ଲୋକମାନେ ପରସ୍ପର ଉପରେ ଚପଲ ଫିଙ୍ଗିଥିଲେ। ଏହି ଚାପଲ ମାର ହୋଲି ହେତୁ ସମଗ୍ର ଓ୍ବାଟର ପାର୍କ ଚପଲରେ ଭରି ଯାଇଥିଲା। କୁହାଯାଉଛି, ଏହି ପାର୍କକୁ ହୋଲିର ଥିମ୍‌ ସହିତ ସଜାଯାଇଥିଲା

Share