Categories: ଜାତୀୟ

ଖୋଲା ସ୍ଥାନରେ ବିବାହ , ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮ ।୯: କରୋନା ମହାମାରୀ ସଂକ୍ରମର ଯୋଗୁ ସାରା ଦେଶରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ବେଳକୁ ବେଳ ସଂକ୍ରମଣ ସଂଖ୍ୟା କମ୍ ହେବାରୁ ଏବେ ଏଭଳି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ତେବେ କରୋନା ନିୟମ ମାନି ବିବାହ ଭଳି ଅଧିକ ଜନ ସମାଗମ ହେଉଥିବା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ତାହା ପୁଣି ସୀମିତ ସ୍ଥାନ ମଧ୍ୟରେ । ହେଲେ ଏବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଖୋଲା ସ୍ଥାନରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି । ଖୋଲା ସ୍ଥାନରେ ବିବାହ ବା ଅନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲେ ସେଠାରେ ବି କରୋନା ଗାଇଡ ଲାଇନ ପାଳନ କରିବା ସହ ପ୍ରବେଶ ସ୍ଥାନରେ ହେଲ୍ପ ଡେସ୍କ ରଖିବା ଜରୁରୀ ବୋଲି କୁହାଯାଇଛି । ଏହା ସହ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ଅବଲମ୍ବନ କରିବା ବି ଜରୁରୀ ବୋଲି କୁହାଯାଇଛି ।

Share