ସୁନାଚେନ୍‌ ଲୁଟି ଗୁଳି ଫୁଟାଇଲେ

ବାହାନଗା, ୧୦|୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ବଜାରରେ ଖରାସାହପୁର ଗ୍ରାମର କରୁଣାକର ନାୟକ ତାଙ୍କ ସ୍ତ୍ରୀ ସସ୍ମିତା ଉଭୟ ମୋଟରସାଇକେଲ ଯୋଗେ ଜୁଣିଆଁ ବଜାରରୁ ଘରକୁ ଫେରୁଥିଲେ। ୨ଜଣ ଯୁବକ ଆଉ ଏକ ବାଇକ୍‌ରେ ଆସି ବେକରୁ ସୁନାଚେନ ଲୁଟି ନେଇ ପଳାଇଥିଲେ। ମହିଳା ଜଣକ ଚିକତ୍ାର କରିବାରୁ ଲୋକମାନେ ଲୁଟେରାଙ୍କୁ ଗୋଡାଇଥିଲେ। ଲୁଟେରାମାନେ ଲୋକଙ୍କୁ ଲକ୍ଷ୍ୟ କରି ୨ରାଉଣ୍ଡ ଗୁଳି ଫୁଟାଇ ବିଲରେ ପଶି ଦୌଡି ପଳାଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମହିଳାଜଣକ ଚିତ୍କାର କରିବାରୁ ଲୋକମାନେ ପଲସରକୁ ପିଛା କରି ଗୋଡାଉଥିଲେ। ତେବେ ଲୁଟେରାମାନେ ଥାଲସଡା ଗ୍ରାମଦେଇ ପଳାଉଥିବା ବେଳେ ଲୋକଙ୍କୁ ଦେଖି ୨ରାଉଣ୍ଡ ଗୁଳି ଫାଇରିଂ କରିଥିଲେ ା
ଲୋକମାନେ ଭୟଭୀତ ହୋଇପଡିଥିଲେ। ଛବାଟିଆ ଛକ ନ଼ିକଟରେ ଥିବା ଲୋକମାନେ ରାସ୍ତା ଉପରେ ଏକ ସାଇକେଲ ରଖିଦେବାରୁ ସାଇକେଲକୁ ଧକ୍କା ଦେଇ ୨ଜଣ ଲୁଟେରା ତଳେ ପଡିଯିବା ବେଳେ ଲୋକମାନେ ତାଙ୍କ ଉପରକୁ ଗରମ ଚା’ ଫିଙ୍ଗିଥିଲେ ା ଏହି ସମୟରେ ଲୁଟେରା ଦୁଇଜଣ ବନ୍ଧୁକ ଦେଖାଇ ଗାଡି ଛାଡି ବିଲ ଆଡକୁ ଦୌଡି ପଳାଇଥିଲେ। ଏନେଇ ଗୋପାଳପୁର ଫାଣ୍ଡି ପୋଲିସ ଓ ସୋର ଥାନା ପୋଲିସ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଗୋପାଳପୁର ଫାଣ୍ଡିରେ କି ସୋର ଥାନାରେ କୌଣସି ଅଭିଯୋଗ ହୋଇନାହିଁ ା