ଭୁବନେଶ୍ୱରରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ ଟ୍ରଫି ଟୁର୍‌୩୩

ଭୁବନେଶ୍ୱର, ୩।୧୨: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ଆଗାମୀ ହକି ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ, ହକି ଇଣ୍ଡିଆ ଓ ଓଡ଼ିଶା ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍‌ ଟ୍ରଫି ଟୁର୍‌ର ପରିକଳ୍ପନା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ ୫ ତାରିଖରେ ଭୁବନେଶ୍ୱରରୁ ଟ୍ରଫି ଟୁର୍‌ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫିକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିବେ। ଏହି ଟ୍ରଫି ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରିବା ପରେ ଡିସେମ୍ବର ୨୫ରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ୨୧ ଦିନିଆ ଟୁର୍‌ ମଧ୍ୟରେ ଟ୍ରଫି ପଶ୍ଚିମବଙ୍ଗର କୋଲକାତା, ମଣିପୁରର ଇମ୍ଫାଲ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ଜାମସେଦପୁର ଓ ରାଞ୍ଚତ୍, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ହରିୟାଣାର ସୋନିପତ, ଦିଲ୍ଲୀ, ମଧ୍ୟପ୍ରଦେଶର ଭୋପାଳ, ମହାରାଷ୍ଟ୍ରର ମୁମ୍ବାଇ, ତାମିଲନାଡ଼ୁର ଚେନ୍ନାଇ, କେରଳର ଥିରୁଭାନନ୍ତପୁରମ, କର୍ନାଟକର ବେଙ୍ଗାଲୁରୁ ଏବଂ ଅନ୍ୟ କେତେକ ସ୍ଥାନ ଭ୍ରମଣ କରିବ। ୨୫ ତାରିଖରେ ଟ୍ରଫି ଓଡ଼ିଶାରେ ପହଞ୍ଚତ୍ବା ପରେ ବିଭିନ୍ନ ସହର ପରିକ୍ରମା କରିବ। ଆଗାମୀ ହକି ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
”ଆଗାମୀ ମେଗା ଟୁର୍ନାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ତେଣୁ ଦେଶର ଯଥାସମ୍ଭବ ଅଧିକ ସ୍ଥାନରେ ଟ୍ରଫିକୁ ହକି ପ୍ରଶଂସକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଫଳରେ ହକି ପ୍ରେମୀମାନେ ନିକଟରୁ ଟ୍ରଫିକୁ ଦେଖିପାରିବେ। ଭାରତର ଦର୍ଶକମାନେ ସର୍ବଦା ହକିକୁ ଭଲପାଇ ଆସିଛନ୍ତି। ଆଗାମୀ ଟୁର୍ନାମେଣ୍ଟରେ ସେମାନେ ଭାରତୀୟ ଦଳକୁ ସମର୍ଥନ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି। ଟ୍ରଫି ଟୁର୍‌ ଫଳରେ ପ୍ରଶଂସକମାନେ ହକି ସହ ଜଡ଼ିତ ହୋଇ ରହିବେ ଏବଂ ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଦଳକୁ ସେମାନଙ୍କ ଶୁଭେଚ୍ଛା ପ୍ରେରଣ କରିପାରିବେ ବୋଲି ଆମେ ଅନୁଭବ କରୁଛୁ। ଏହା ଭାରତୀୟ ହକିପ୍ରେମୀଙ୍କୁ ନିଶ୍ଚିତ ଆମୋଦିତ କରିବ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି।
ଜାନୁୟାରୀ ୧୩ରେ ଭାରତ ପୁଲ୍‌ ‘ଡି’ରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏହି ପୁଲ୍‌ର ଅନ୍ୟ ଦଳଗୁଡ଼ିକ ହେଲେ ଇଂଲଣ୍ଡ ଓ ଓ୍ବେଲ୍ସ। ପୁଲ୍‌ ‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ପୁଲ୍‌ ‘ବି’ରେ ବେଲ୍‌ଜିୟମ, ଜର୍ମାନୀ, କୋରିଆ, ଜାପାନ ଏବଂ ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ସ୍ଥାନ ପାଇଛି।

(କ୍ରୀଡ଼ା ପ୍ରତିନିଧି)


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri