ହକି ବିଶ୍ୱକପ୍‌: ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ତେବେ ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ। ଏଥିସହ ବିମାନବନ୍ଦରରେ ଏବଂ ହୋଟେଲରେ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ।

ସୂଚନାଯୋଗ୍ୟ, ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ସେଥିପାଇଁ ରାଜ୍ୟ ସରକରାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଛି। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି।