Categories: ଖେଳ

ପୁରୁଷ ହକି ବିଶ୍ବକପ: ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ

ରାଉରକେଲା,୧୫।୧: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ବକପର ଏକ ମ୍ୟାଚ୍‌ରେ ସ୍ପେନ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ଗୋଲ ଦେଇ ଓ୍ବେଲ୍ସ ଉପରେ ଚାପ ପକାଇଥିଲା। ଚଳିତ ଟୁର୍ନାମେଣ୍ଟରେ ସ୍ପେନ୍‌ର ଏହା ପ୍ରଥମ ବିଜୟ ହୋଇଥିବାବେଳେ ଓ୍ବେଲ୍ସର ଏହା ଲଗାତର ଦ୍ୱିତୀୟ ପରାଜୟ।

Share