Posted inଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଓହରି ଯାଇଥିବା ବେଳେ ବର୍ତ୍ତମାନ ଏହା ସ୍କଟଲାଣ୍ଡର ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଖର୍ଚ୍ଚକାଟକୁ ଦୃଷ୍ଟିରେ ରଖି ଆସନ୍ତା ଗେମ୍‌ରୁ ହକିକୁ ବାଦ ଦେବା ପାଇଁ ସ୍କଟଲାଣ୍ଡ ନିଷ୍ପତ୍ତି ନେଇଛି। ତେବେ ଏ ସମ୍ପର୍କରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ଓ ରାଜ୍ୟଗୋଷ୍ଠୀ ଗେମ୍ସ ଫେଡେରେଶନ(ସିଜିଏଫ୍‌) ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

୧୯୯୮ରେ ହକି ପଦାର୍ପଣ କରିବା ପରଠାରୁ ଏହା ରାଜ୍ୟଗୋଷ୍ଠୀ କ୍ରୀଡାର ଏକ ପ୍ରମୁଖ ଅଂଶ ରହି ଆସିଛି। ଯଦିଓ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ତେବେ ଗ୍ଲାସ୍‌ଗୋର ଆୟୋଜକ ମାନେ ହକିକୁ ବାଦ୍‌ ଦେବାକୁ ଚାହୁଁଥିବା ଜଣାପଡିଛି। ଏଫ୍‌ଆଇଏଚ୍‌ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ବେଳେ ମଙ୍ଗଳବାର ଚୂଡାନ୍ତ କାର୍ଯ୍ୟସୂଚୀ ଆସିବାକୁ ଅପେକ୍ଷା ଥିବା କହିଛି।

ଆସନ୍ତା କିଛିଦିନ ମଧ୍ୟରେ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ତା’ପରେ ଏହା ଉପରେ ପ୍ରତିକ୍ରିୟା ଦେବା ଠିକ୍‌ ରହିବ ବୋଲି ଏଫ୍‌ଆଇଏଚ୍‌ କହିଛି। ସେହିପରି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇଭେଣ୍ଟ ସଂଖ୍ୟା ୧୯ ରହିଥିବା ବେଳେ ଚଳିତବର୍ଷ ଏହାକୁ ୧୦କୁ ହ୍ରାସ କରାଯାଇଛି। ଜୁଲାଇ ୨୩ରୁ ଅଗଷ୍ଟ ୨ ମଧ୍ୟରେ ଏହା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଇଭେଣ୍ଟର ୨ ସପ୍ତାହ ପରେ ବେଲଜିୟମ ଓ ନେଦରଲାଣ୍ଡ୍ସରେ ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ତେଣୁ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିକୁ ସାମିଲ କରା ନ ଯିବାକୁ ଯୋଜନା କରାଯାଇଥିବା କୁହାଯାଇଛି। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାତ୍ର ୪ ଭେନ୍ୟୁ ରଖାଯାଇଛି। କମନଓ୍ବେଲ୍‌ଥ ଆରେନା, ସାର୍‌ କ୍ରିସ୍‌ ହୟ ଭେଲ୍‌ଡୋରମ, ସ୍କଟ୍‌ସଟାଉନ ଷ୍ଟାଡିୟମ ଓ ଟୋଲ୍‌କ୍ରସ ଇଣ୍ଟରନ୍ୟାଶନାଲ ସୁଇମିଙ୍ଗ ସେଣ୍ଟରରେ ଏହି ଇଭେଣ୍ଟଗୁଡିକ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଏହି ୪ ଭେନ୍ୟୁ ମଧ୍ୟରେ କୌଣସି ବି ସ୍ଥାନରେ ହକି ଟର୍ଫ ନ ଥିବାରୁ ହକି ବାଦ୍‌ ପଡ଼ିବା ଆପାତତଃ ସ୍ପଷ୍ଟ ହୋଇ ସାରିଛି।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ହକି ବାଦ୍‌ ପଡିବା ଭାରତକୁ ଏକ ବଡ ଝଟକା। ଭାରତୀୟ ପୁରୁଷ ଦଳ ୩ ଥର ରୌପ୍ୟ ଓ ୨ ଥର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ମହିଳା ଦଳ ସମୁଦାୟ ୩ ପଦକ ବିଜୟୀ ହୋଇଛି। ଏପରି କି ୨୦୦୦ ସଂସ୍କରଣରେ ମହିଳା ଦଳ ଏକ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ଅଷ୍ଟ୍ରେଲିଆ ସବୁଠାରୁ ଅଧିକ ପ୍ରଭାବିତ ହେବ। ପୁରୁଷ ବର୍ଗରେ ଏହା ରେକର୍ଡ ୭ ଥର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ବର୍ଗରେ ୪ ଥର ସ୍ବର୍ଣ୍ଣ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri