Categories: ଖେଳ

ବିବାହ ବନ୍ଧନରେ ଭାରତୀୟ ହକି ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୭।୧୨: ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରିତ ସିଂହ ବିବାହ କରିଛନ୍ତି। ସେ ଜଲନ୍ଧରର ଏକ ଗୁରୁଦ୍ୱାରରେ ବୁଧବାର ପ୍ରେମିକା ଇଲି ସିଦ୍ଧକିଙ୍କ ହାତ ଧରିଛନ୍ତି। ଦୀର୍ଘ ୮ ବର୍ଷ ଧରି ମନପ୍ରିତ ଇଲିଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ୨୦୧୪ରେ ଉଭୟ ନିର୍ବନ୍ଧ କରିନେଇଥିବା ବେଳେ ଶେଷରେ ସେ ବିବାହ କରିଛନ୍ତି।

ମାଲେସିଆରେ ଇଲିଙ୍କ ସହ ମନପ୍ରିତଙ୍କ ପ୍ରଥମ ଭେଟ ହୋଇଥିଲା। ୨୦୧୨ରେ ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟ ପାଇଁ ମନପ୍ରିତ ସେଠାରେ ଥିଲେ। ପ୍ରଥମ ଦେଖାରେ ହିଁ ପ୍ରେମରେ ପଡ଼ିଥିବା ମନପ୍ରିତଙ୍କ ବିବାହ ଏପ୍ରିଲରେ ହୋଇଥାନ୍ତା। ହେଲେ କରୋନା ଜନିତ କଟକଣା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନେ ବିବାହ କରିଛନ୍ତି।

Share