ଛାତ୍ରୀଙ୍କ ହାତରେ ହକି ଷ୍ଟିକ୍‌

ଢେଙ୍କାନାଳ ଅଫିସ, ୧୨।୫: ପଡ଼ିଆକୁ ଫେରିବ ହକି ଚମକ। ହାତରେ ହକି ଷ୍ଟିକ୍‌ ଧରି ଦକ୍ଷତା ପ୍ରଦର୍ଶନ କରିବେ ମହିଳା କ୍ରୀଡ଼ାବିତ୍‌। କେବଳ ଜିଲା ନୁହେଁ, ଜାତୀୟ ଦଳରେ ସେମାନେ ଯେପରି ସ୍ଥାନ ପାଇବେ ସେଥିଲାଗି ଆରମ୍ଭରୁ ଶିଖାଯିବ ଆବଶ୍ୟକ କୌଶଳ। ଢେଙ୍କାନାଳରେ ହକିର ହୃତ୍‌ଗୌରବ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ପ୍ରୟାସ। ଜିଲାର ପ୍ରତିଭାବାନ୍‌ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଏବଂ ଠିକ୍‌ ଭାବେ ତାଲିମ ଦେବା ଉଦ୍ଦେଶ୍ୟରେ ବୁଧବାର ଗଁଦିଆ ବ୍ଲକ ଦେଓଗଁା ପଞ୍ଚାୟତସ୍ଥିତ କପିଳାସ ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ହକି କ୍ଲବ’ ଉଦ୍‌ଘାଟିତ ହୋଇଛି। ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ବଛା ବଛା ୩୦ ଛାତ୍ରୀଙ୍କୁ ତାଲିମ ଦିଆଯିବ। ଏଥିଲାଗି ଜିଲା କ୍ରୀଡ଼ା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।
ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ମୋ ସ୍କୁଲ ହକି କ୍ଲବ’କୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଲେ, ଜିଲାରେ ହକିର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ପିଲାମାନଙ୍କ ମଧ୍ୟରେ ଦକ୍ଷତା ମଧ୍ୟ ଅଛି। ଦୃଢ଼ ଇଚ୍ଛାଶକ୍ତି ଏବଂ ଲକ୍ଷ୍ୟ ରହିଲେ ସବୁକିଛି ସମ୍ଭବ। ସୁନ୍ଦରଗଡ଼ ପରେ ଢେଙ୍କାନାଳକୁ ରାଜ୍ୟର ଦ୍ୱିତୀୟ ହକି ହବ୍‌ରେ ପରିଣତ କରାଯିବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଖୁବ୍‌ଶୀଘ୍ର ବ୍ଲକସ୍ତରରୁ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ ହେବ। ପ୍ରତି ବ୍ଲକରୁ ବଛା ବଛା ୨୫ଜଣ ପୁଅ ଏବଂ ୨୫ ଜଣ ଝିଅଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ତେବେ ହକି ପାଇଁ ପାଠପଢ଼ା ଯେମିତି ପ୍ରଭାବିତ ନ ହୁଏ, ସେଥିଲାଗି ଗୁରୁତ୍ୱ ଦେବାକୁ ଜିଲାପାଳ କହିଛନ୍ତି।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ କହିଲେ, କ୍ରୀଡ଼ାର ବିକାଶ ପାଇଁ ପ୍ରତି ବ୍ଲକରେ ଆଦର୍ଶ ଖେଳପଡ଼ିଆ ନିର୍ମାଣ କରାଯିବ। ଫଳରେ ବ୍ଲକସ୍ତରରୁ କ୍ରୀଡ଼ାପ୍ରତିଭା ଖୋଜିବା ସହଜ ହେବ। ହକି ହବ୍‌ର ଲକ୍ଷ୍ୟ ସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ‘ମୋ ସ୍କୁଲ ହକି କ୍ଲବ’ର ଶୁଭାରମ୍ଭ ହୋଇଛି। ଏହାର ସଫଳତା ପାଇଁ ଆବଶ୍ୟକ ସହଯୋଗ କରାଯିବ। ଜିଲା ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି, ବିଡିଓ ଆଶିଷ ସାହୁ, ସରପଞ୍ଚ ବିଜୟ ଦେହୁରୀ, ପ୍ରଧାନ ଶିକ୍ଷକ ବାସିଲ କୁଲୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିପିନ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲାପାଳ ହକି ଖେଳାଳିଙ୍କୁ ନୂତନ ଷ୍ଟିକ୍‌ ପ୍ରଦାନ କରିଥିଲେ। ଢେଙ୍କାନାଳ ସଦରର ମହିଳା ହକି ଖେଳାଳି ଏବଂ ବିଦ୍ୟାଳୟର ମହିଳା ହକି ଖେଳାଳିଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ କପିଳାସ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୬୧ରେ ପ୍ରତିଷ୍ଠା ହୋଇଥିଲା। ଏବେ ଏଠାରେ ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଜିଲାର ୩୧୯ ଛାତ୍ରୀ ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି। ଜିଲାରେ କ୍ରୀଡ଼ା ବିଭାଗ ପକ୍ଷରୁ ହକି କୋଚ୍‌ ଭାବେ ନିଯୁକ୍ତ ଫ୍ଲୋରେନ୍ସିଆ ଏକ୍କା, ଢେଙ୍କାନାଳର କୋଚ୍‌ ବାବୁଲା ପ୍ରସାଦ ମହାନ୍ତି, ସାଇ ପ୍ରସାଦ ଦଳେଇ ପ୍ରମୁଖ ୩୦ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଜାତୀୟସ୍ତରରେ ବିଦ୍ୟାଳୟର ହକି ଖେଳାଳିମାନେ ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୧୬ରେ ପୂର୍ବତନ ଛାତ୍ରୀ ନାନ୍ସି ଜାରିକା ଜାତୀୟ ମହିଳା ଦଳରେ ଗୋଲକିପର ଭାବେ ଖେଳିଥିଲେ। ଏବେ ସେ ଟାଟା ନାଭାଲ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ସେହିପରି ପୂର୍ବତନ ଛାତ୍ରୀ କୁନ୍ତି ମାରାଣ୍ଡି, ଟିକି ବେଶ୍ରା, ବିଜୟା ବାସ୍କେ ମଧ୍ୟ ଜାତୀୟସ୍ତରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଜନଜାତି ବିଦ୍ୟାଳୟରେ ପର୍ଯ୍ୟାପ୍ତ ସୁଯୋଗ
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ହକି ବିକାଶକୁ ନେଇ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଜାତୀୟସ୍ତରୀୟ ହକି ଖେଳାଳି ନାନ୍ସି ଜାରିକା ଏହାର ଉଦାହରଣ। ଆବଶ୍ୟକ ପ୍ରୋତ୍ସାହନ ମିଳିଲେ ବିଦ୍ୟାଳୟର ଖେଳାଳିମାନେ ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ ା
-ଫ୍ଲୋରେନ୍ସିଆ ଏକ୍କା, ହକି କୋଚ୍‌

ତାଲିମ ମିଳିଲେ ପିଲାଏ ଉଚ୍ଚକୋଟୀର ପ୍ରଦର୍ଶନ କରିବେ
ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ସ୍କୁଲର ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନଙ୍କ ହକି ଖେଳିବା ପାଇଁ ପ୍ରବଳ ଆଗ୍ରହ ରହିଛି। ପର୍ଯ୍ୟାପ୍ତ ସୁଯୋଗ ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଜାତୀୟସ୍ତରରେ ଶିକ୍ଷାନୁଷ୍ଠାନର କ୍ରୀଡ଼ାବିତ୍‌ମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ।
-ବାସିଲ କୁଲୁ, ପ୍ରଧାନ ଶିକ୍ଷକ

ଭଲ ଖେଳାଳି ହେବାକୁ ଲକ୍ଷ୍ୟ ଅଛି
ଜଣେ ପ୍ରତିଭାବାନ ହକି ଖେଳାଳି ହେବାକୁ ହେଲେ ଉପଯୁକ୍ତ ପ୍ରଶିକ୍ଷଣ ନିହାତି ଜରୁରୀ। ବିଦ୍ୟାଳୟରେ ପାଠପଢ଼ା ସାଙ୍ଗକୁ ହକି ପାଇଁ ତାଲିମ ବ୍ୟବସ୍ଥା କରାଯିବା ପରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ଦିନରେ ନୂତନ କୌଶଳ ପ୍ରଶିକ୍ଷଣ ଶିକ୍ଷା ସହିତ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛି।
-ସୁନାରୀ ହଁାସଦା, ଛାତ୍ରୀ

ଜିଲାରେ ହକିର ପ୍ରସାର ଆରମ୍ଭ ହୋଇଛି
ଜିଲାପାଳଙ୍କ ଉଦ୍ୟମରେ କପିଳାସ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ହକି କ୍ଲବ’ ଆରମ୍ଭ ହୋଇଛି। ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲାସ୍ତରରେ ହକିର ପ୍ରଚାର ପ୍ରସାର ଆରମ୍ଭ ହୋଇଛି।
-ପ୍ରଦୀପ୍ତ କୁମାର ମହାନ୍ତି, ଜିଲା କ୍ରୀଡ଼ା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri