କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’

ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି। ସୋସିଆଲ ମିଡିଆରେ ଜଣେ ହକି ଖେଳାଳିଙ୍କ କଥାକୁ ନେଇ ସେ କାନ୍ଦି ପକାଇଛନ୍ତି। ଏପରିକି କେତେ ଆଉ ସହିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ପୂର୍ଣ୍ଣ ଘଟଣାବଳୀ କିଛି ଏଭଳି। ଦୁବାଇରେ ଉର୍ଫିଙ୍କୁ ନିଜର ପୋଷାକକୁ ନେଇ ଗିରଫ କରାଯାଇଥିବା ଖବର ରହିଥିଲା। ଏଥିରେ ୩୩ ବର୍ଷୀୟ ଯୁବରାଜ ବାଲ୍ମିକୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଧନ୍ୟବାଦ ଦୁବାଇ, ଦୟାକରି ତାଙ୍କୁ ତୁମେ ନିଜ ପାଖରେ ରଖିନିଅ। ଏହା ଉର୍ଫିଙ୍କୁ ପସନ୍ଦ ଆସି ନ ଥିଲା। ସେ ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ ଅନେକ ଷ୍ଟୋରୀ ଶେୟାର କରିଛନ୍ତି।


ମୋର ପୋଷାକ ପରିଧାନକୁ ନେଇ ତୁମର ଅସୁବିଧା କ’ଣ। ଏତେ ଯଦି ଖରାପ ମୋତେ ବ୍ୟକ୍ତିଗତ ମେସେଜ କ’ଣ ପାଇଁ କରୁଛ ବୋଲି ସେ ଏକ ଷ୍ଟୋରୀରେ କହିଛନ୍ତି। ସେହିଭଳି ଅନ୍ୟ ଗୋଟିଏରେ ସେ ଯୁବରାଜଙ୍କ ମେସେଜ ଶେୟାର କରିଛନ୍ତି।

ଜଣେ ଭଲ ଖେଳାଳି ହୋଇଥିବା ସତ୍ତ୍ୱେ କାହାର ପୋଷାକରେ କମେଣ୍ଟ କରିବା କେତେଦୂର ଠିକ୍‌। ଯୁବରାଜଙ୍କ ଭଳି କିଛି ଲୋକଙ୍କ ଲାଗି ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ମିଳୁଛି। ଏସବୁ ବନ୍ଦ କରିବା ଉଚିତ ବୋଲି କାନ୍ଦି କାନ୍ଦି ଉର୍ଫି କହୁଥିବା ଦେଖାଯାଇଛି।

Share