ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି ୱାର୍ଲ୍ଡ କପ୍ ଖେଳିବ ଭାରତ । ତେବେ ଏହି ରଙ୍ଗକୁ ନେଇ ଅନେକ ବାଦବିବାଦ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବତନ ଭାରତୀୟ ହକି ଅଧିନାୟକ ବିରେନ ରାସକିନ୍ହା ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ ହକି ଇଣ୍ଡିଆ ଏହାକୁ ନେଇ ମୁହଁ ଖୋଲି ସ୍ପଷ୍ଟୀକରଣ ରଖିଛି ।
ଜର୍ସିର ରଙ୍ଗ ସମ୍ପର୍କରେ ଏକ ବିବୃତ୍ତି ଜାରି କରି ହକି ଇଣ୍ଡିଆ କହିଛି, “ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳିମାନଙ୍କ ସୁପାରିଶ ଏବଂ ସେମାନଙ୍କ ସହିତ ବ୍ୟାପକ ଆଲୋଚନା ପରେ ଜର୍ସିର ରଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ନିଆଯାଇଛି। ବ୍ଲୁ ସିନ୍ଥେଟିକ୍ ଟର୍ଫକୁ ଦେଖି ଟେକ୍ନିକାଲ୍ ଦୃଷ୍ଟିକୋଣରୁ ନିଷ୍ପତ୍ତି ନିଆଯାଇଛି । ବ୍ଲୁ ଟର୍ଫରେ ବ୍ଲୁ ଜର୍ସି ଖେଳାଳିଙ୍କୁ ସାଥୀ ଚିହ୍ନଟ କରିବାରେ ସମସ୍ୟା କରୁଛି । ବ୍ଲୁ ଟର୍ଫରେ ବ୍ଲୁ ଜର୍ସି ମିଶି ଯାଉଥିବାରୁ ସମସ୍ୟା ହେଉଛି ।
ଏଥିରେ ଆହୁରି କୁହାଯାଇଛି, “ପ୍ରାରମ୍ଭିକ ବିଚାର ବୈଷୟିକ ଥିଲା। ଦେଖାଗଲା ଯେ ନୀଳ ଜର୍ସି ନୀଳ କୃତ୍ରିମ ଖେଳ ପୃଷ୍ଠ ସହିତ ମିଶିଯାଇଛି । ବର୍ତ୍ତମାନ ଅନ୍ତର୍ଜାତୀୟ ହକି କ୍ଷେତ୍ର ପାଇଁ ମାନକ ରଙ୍ଗ। ଏହି ଦୃଶ୍ୟ ସମାନତା ପିଚ୍ରେ ଖେଳାଳିମାନଙ୍କ ପାଇଁ ସ୍ପଷ୍ଟତା ଏବଂ ଦୃଶ୍ୟମାନତାକୁ ପ୍ରଭାବିତ କରିଛି।”
ହକି ଇଣ୍ଡିଆ ଜର୍ସି ଉନ୍ମୋଚନ କରିବା ସମୟରେ ଏକ ଭିଡିଓ ସେୟାର କରିଛି। କ୍ୟାପସନରେ ଲେଖାଯାଇଛି, ‘ଇଣ୍ଡିଆ ଟିମର ନୂଆ ଜର୍ସି । ପ୍ରତ୍ୟେକ ପ୍ୟାଟର୍ନ ଏବଂ ରଙ୍ଗ ଭାରତର ଗର୍ବକୁ ପ୍ରତିପାଦିତ କରେ। ଆମର ଦଳଗୁଡ଼ିକ FIH ହକି ବିଶ୍ୱକପରେ ପୁଣି ଥରେ ଦେଶକୁ ଗୌରବ ଆଣିବାକୁ ପ୍ରସ୍ତୁତ।”