Posted inଖେଳ

ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ

ନୂଆଦିଲ୍ଲୀ,୧୮ା୮(ପି.ଟି) : ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୯ ଅକ୍ଟୋବର ସୁଦ୍ଧା ଏହାର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ବୁଧବାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ) ପକ୍ଷରୁ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ନିକଟରେ ନୂତନ ସମ୍ବିଧାନର ପ୍ରଥମ ଅନୁଚ୍ଛେଦ ଉତ୍ଥାପନ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏହା ପରେ ଉଭୟ ଏଫ୍‌ଆଇଏଚ୍‌ ଏବଂ ସିଓଏ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ସିଓଏ ପକ୍ଷରୁ ସମ୍ପୂର୍ଣ୍ଣ ସମ୍ବିଧାନ ଲାଉସାନେସ୍ଥିତ ଏଫ୍‌ଆଇଏଚର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବା ନେଇ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହକି ଇଣ୍ଡିଆର ସଂଶୋଧିତ ସମ୍ବିଧାନ ଉଭୟ ଏଫ୍‌ଆଇଏଚ୍‌ ଏବଂ ସିଓଏଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହା ସହିତ ଉଭୟ ପକ୍ଷଙ୍କ ସହମତି କ୍ରମେ ଅକ୍ଟୋବର ୯ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଘୋଷଣା କରାଯାଇଥିଲା। ଏଫ୍‌ଆଇଏଚର ଦୁଇ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିବା ସହିତ ହକି ଇଣ୍ଡିଆ ଓ ସିଓଏ ସହିତ ଆଲୋଚନା କରିଥିଲେ। ତେବେ ହକି ଇଣ୍ଡିଆ ପାଇଁ ଖୁସି ଖବର ଏହା କି, ଏଫ୍‌ଆଇଏଚ୍‌ କୋର୍ଟଙ୍କୁ ତୃତୀୟ ପକ୍ଷ ଭାବରେ ବିଚାର କରୁନାହିଁ। ଏହା ସହିତ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା ବିଶ୍ୱକପ୍‌କୁ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ପ୍ରଭାବିତ ହେବ ନାହିଁ ବୋଲି ଏଫଆଇଏଚ୍‌ ପକ୍ଷରୁ କୁହାଯାଇଛି। କାର୍ଯ୍ୟକାରୀ ସଭାପତି ସେଫ୍‌ ଅହମଦ ଓ ସିଇଓ ଥିଏରି ଓ୍ବେଲ ଏଫ୍‌ଆଇଏଚ୍‌ ପକ୍ଷରୁ ସିଓଏଙ୍କ ସହିତ ଆଲୋଚନା କରିଥିଲେ। ଜଷ୍ଟିସ୍‌ ଅନିଲ୍‌ ଆର୍‌ ଡାଭେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌. ଓ୍ବାଇ. କ୍ୟୁରେଶୀ ଏବଂ ପୂର୍ବତନ ଅଲିମ୍ପିଆନ୍‌ ଜାଫର ଇକବାଲଙ୍କୁ ନେଇ ଏହି ସିଓଏ ଗଠନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଆଇନ ବ୍ୟବସ୍ଥାକୁ ଆମେ ତୃତୀୟ ପକ୍ଷ ଭାବରେ ବିଚାର କରି ନ ଥାଉ। କ୍ରୀଡାକୁ ଶୃଙ୍ଖଳାରେ ରଖିବା ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଏଫ୍‌ଆଇଏଚ୍‌ କାର୍ଯ୍ୟକାରୀ ସଭାପତି ସେଫ୍‌ ଅହମଦ ପ୍ରକାଶ କରିଥିଲେ। ସିଓଏ ସଦସ୍ୟ ତଥା ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏ. ଆର. ଡାଭେ କହିଥିଲେ, ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା। ହକି ଇଣ୍ଡିଆର ସୁଗମ ପରିଚାଳନା ପାଇଁ ଦିଆଯାଇଥିବା ପ୍ରସ୍ତାବରେ ଏଫ୍‌ଆଇଏଚ୍‌ ସହମତି ପ୍ରକାଶ କରିଥିଲା। ଖେଳ ମନୋଭାବର ପରିଚୟ ଦେଇ ଆଥଲେଟମାନଙ୍କ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଡାଭେ। ମଙ୍ଗଳବାର ଏଫ୍‌ଆଇଏଚ୍‌ ଭ୍ରମଣକାରୀ ଦଳ କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚତୁର୍ବେଦୀଙ୍କୁ ଭେଟିଥିଲେ। ଚତୁର୍ବେଦୀଙ୍କ ସହିତ ବୈଠକ ସଫଳ ରହିଥିବା ନେଇ ଏଫ୍‌ଆଇଏଚ୍‌ ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା।
ସେହିପରି ହକି ବିଶ୍ୱକପ୍‌ ଆୟୋଜନ କରୁଥିବା ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସଚିବ ତଥା କମିଶନର ଆର. ଭିନିଲ କ୍ରିଷ୍ଣାଙ୍କୁ ମଧ୍ୟ ପ୍ରତିନିଧି ଦଳ ଭେଟିଥିଲେ। ହକି ବିଶ୍ୱକପର ପ୍ରସ୍ତୁତିକୁ ବେଶ ପ୍ରଶଂସା କରାଯାଇଥିବା ବେଳେ ସେପ୍ଟେମ୍ବର ୭, ୨୦୨୨ରେ ହକି ଇଣ୍ଡିଆ, ଏଫ୍‌ଆଇଏଚ୍‌ ଓ ସିଓଏ ସଦସ୍ୟମାନେ ଷ୍ଟାଡିୟମ ଭ୍ରମଣ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହି ଭ୍ରମଣ ପରେ ଏଫ୍‌ଆଇଏଚ୍‌ ପକ୍ଷରୁ ସେପ୍ଟେମ୍ବର ୮ ତାରିଖରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଉଲ୍ଲେଖଯୋଗ୍ୟ ହକି ବିଶ୍ୱକପ୍‌ ଆୟୋଜନ ଭାରତରେ ହେବା ନେଇ ଏଫ୍‌ଆଇଏଚ୍‌ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri