Posted inଖେଳ

ହକି ଆନାଲିଟିକାଲ କୋଚ୍‌ ସିରିଲୋଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ସ୍ବାସ୍ଥ୍ୟ ପ୍ରସଙ୍ଗ ଦର୍ଶାଇ ଭାରତୀୟ ପୁରୁଷ ହକି ଦଳର କୋଚ୍‌ ଖ୍ରିସ୍‌ ସିରିଲୋ ତାଙ୍କ ପଦତ୍ୟାଗ କରିଛନ୍ତି। କିଛିଦିନ ପୂର୍ବେ ଡେଭିଡ୍‌ ଜନ୍‌ ହାଇ ପର୍ଫର୍ମାନ୍ସ ଡାଇରେକ୍ଟର ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ଫଳରେ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ହୋଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଡ୍ରାଗ୍‌ଫ୍ଲିକର ସିରିଲୋ ଅଲିମ୍ପିକ ବ୍ରୋଞ୍ଜ ବ୍ୟତୀତ ବିଶ୍ୱକପ୍‌ ସ୍ବର୍ଣ୍ଣ ଏବଂ ଏକାଧିକ ପଦକ ଜିତିଛନ୍ତି। ଗତ ରବିବାର ସେ ଭିକ୍ଟୋରିଆସ୍ଥିତ ତାଙ୍କ ବାସଭବନରୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ୩୪ ବର୍ଷୀୟ ସିରିଲୋ କୋଭିଡ୍‌-୧୯ ମହାମାରୀ ମଧ୍ୟଭାଗ ଜୁନ୍‌ ମାସରେ ଅଷ୍ଟ୍ରେଲିଆ ପଳାଇଥିଲେ। ସେତେବେଳେ ଜାତୀୟ ଖେଳାଳିମାନଙ୍କୁ ଏକ ମାସ ଛୁଟି ଦିଆଯାଇଥିଲା। ବେଙ୍ଗାଲୁରୁସ୍ଥିତ ସାଇ ସାଉଥ ସେଣ୍ଟରରେ ଅଗଷ୍ଟ ୪ରୁ ଏକ ମାସରୁ ଅଧିକ ସମୟ ହେଲା ଜାତୀୟ କ୍ୟାମ୍ପ ଚାଲିଛି। କିନ୍ତୁ ସିରିଲୋ ଫେରି ନ ଥିଲେ। କିନ୍ତୁ ଶୁଣିବାକୁ ମିଳୁଛି ଯେ, ଏହି ଅଷ୍ଟ୍ରେଲୀୟ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଭାରତୀୟ ହକି ସହିତ ସମ୍ପର୍କ ଛିନ୍ନ କରିଛନ୍ତି। ସିରିଲୋଙ୍କ ନିକଟତମ ମହଲରୁ ପ୍ରକାଶ ତାଙ୍କର ସ୍କିନ୍‌ ଇନ୍‌ଫ୍ଲାମେଶନ ସମସ୍ୟା ରହିଛି। ଏଥିପାଇଁ ସେ ଚିକିତ୍ସିତ ହେଉଛନ୍ତି। ଏହି କାରଣ ଦର୍ଶାଇ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସିରିଲୋ ଭାରତୀୟ ଦଳ ସହ ଅଢେଇ ବର୍ଷ କାର୍ଯ୍ୟ କରିବା ପରେ ଟୋକିଓ ଅଲିମ୍ପିକ୍ସ ଦୃଷ୍ଟିରୁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ତାଙ୍କ କାର୍ଯ୍ୟକାଳ ଆହୁରି ଏକ ବର୍ଷ ବୃଦ୍ଧି କରିଥିଲା। ସେରିଲୋ ହେଉଛନ୍ତି ହକି ଇଣ୍ଡିଆର ତୃତୀୟ ଅଷ୍ଟ୍ରେଲୀୟ ସପୋର୍ଟ ଷ୍ଟାଫ୍‌। ମାସକ ପୂର୍ବେ ଇସ୍ତଫା ଦେଇଥିବା ଅନ୍ୟ ଦୁଇଜଣ ଷ୍ଟାଫ୍‌ ହେଲେ ହାଇ ପର୍ଫର୍ମାନ୍ସ ଡାଇରେକ୍ଟର ଜନ୍‌ ଏବଂ ପୁରୁଷ ଟିମ୍‌ ଫିଜିଓ ଡେଭିଡ୍‌ ମ୍ୟାକ୍‌ଡୋନାଲ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri