ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍‌ ଆପ୍‌କେ ହୈ କୌନ…

ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛି ଯେଉଁଥିରେ ବ୍ଲିଙ୍କିଟ ଏବଂ ଜୋମାଟୋର ହୋର୍ଡିଂ ମଧ୍ୟ ରହିଛି। ନେଟଫ୍ଲିକ୍ସର ଏହି ପୋଷ୍ଟ ପରେ ଟୁଇଟରରେ ରିଟୱିଟ, ଲାଇକ ଏବଂ କମେଣ୍ଟ ମିଳିବାରେ ଲାଗିଛି।

ନେଟଫ୍ଲିକ୍ସ ଜାନୁଆରୀ ୩ ରେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ବ୍ଲିଙ୍କିଟ, ଜୋମାଟୋ ଏବଂ ନେଟଫ୍ଲିକ୍ସର ହୋର୍ଡିଂ ପ୍ରଦର୍ଶନ କରିଥିଲା। ବ୍ଲିଙ୍କିଟର ହୋର୍ଡିଂ ଉପରେ ଏହା ଲେଖାଯାଇଥିଲା, ଦୁଧ ମାଙ୍ଗୋଗେ,ଦୁଧ ଦେଙ୍ଗେ। ଏଥି ସହିତ ଜୋମାଟୋ ହୋର୍ଡିଂ ଉପରେ ଖୀର ମାଙ୍ଗୋଗେ , ଖୀର ଦେଙ୍ଗେ। ତା’ପରେ ସେଠାରେ ନେଟଫ୍ଲିକ୍ସର ହୋର୍ଡିଂ ଥିଲା, ଯେଉଁଥିରେ ’ଫ୍ରାଏ ଡେ ମାଙ୍ଗୋଗେ ଓ୍ବେଡନେସ ଡେ ଦେଙ୍ଗେ ଉଲ୍ଲେଖ କରାଯାଇଥିଲା। ଶୁକ୍ରବାର ସାଧାରଣତଃ ମନୋରଞ୍ଜନ ଜଗତ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଏ। କିନ୍ତୁ ନେଟଫ୍ଲିକ୍ସର ଅନେକ ୱେବ ସିରିଜ କେବଳ ବୁଧବାର ଦିନ ମୁକ୍ତିଲାଭ କରେ।

ନେଟଫ୍ଲିକ୍ସର ଏହି ପୋଷ୍ଟ ପରେ, ଅନେକ କମ୍ପାନୀ ନିଜସ୍ବ ଟ୍ୟାଗଲାଇନ ସହିତ ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ବ୍ଲିଙ୍କିଟ ପ୍ରଥମେ ଲେଖିଥିଲା, ’ବିଙ୍ଗ ୱାଚ କରୋଗି, ପପକର୍ନ ହମ ଲା ଦେଙ୍ଗେ।’ ଏହା ଉପରେ, ନେଟଫ୍ଲିକ୍ସ ଅତି ସୁନ୍ଦର ଢଙ୍ଗରେ ଲେଖିଥିଲା, ’ହମ ଆପକେ ହୈ କୌନ। ଏଥି ସହିତ, ଜୋମାଟୋ ଲେଖିଥିଲା, କୌଣସି ଅସୁବିଧା ନାହିଁ, ଦିନ କେବଳ ବୁଧବାର। ଏହା ପରେ ଅଙ୍କିତ ଦୁବେ ନାମକ ଜଣେ ଉପଭୋକ୍ତା ଏହାକୁ ଭାରତୀୟ ସେନା ସହିତ ସଂଯୋଗ କରୁଥିବା ଏକ ହୋର୍ଡିଂ ଲଗାଇଲେ, ଯେଉଁଥିରେ ଲେଖାଥିଲା, କାଶ୍ମୀର ମାଙ୍ଗୋଗି ତୋ ଚିର ଦେଙ୍ଗେ।

Share