ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍‌ ଆପ୍‌କେ ହୈ କୌନ…

ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛି ଯେଉଁଥିରେ ବ୍ଲିଙ୍କିଟ ଏବଂ ଜୋମାଟୋର ହୋର୍ଡିଂ ମଧ୍ୟ ରହିଛି। ନେଟଫ୍ଲିକ୍ସର ଏହି ପୋଷ୍ଟ ପରେ ଟୁଇଟରରେ ରିଟୱିଟ, ଲାଇକ ଏବଂ କମେଣ୍ଟ ମିଳିବାରେ ଲାଗିଛି।

ନେଟଫ୍ଲିକ୍ସ ଜାନୁଆରୀ ୩ ରେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ବ୍ଲିଙ୍କିଟ, ଜୋମାଟୋ ଏବଂ ନେଟଫ୍ଲିକ୍ସର ହୋର୍ଡିଂ ପ୍ରଦର୍ଶନ କରିଥିଲା। ବ୍ଲିଙ୍କିଟର ହୋର୍ଡିଂ ଉପରେ ଏହା ଲେଖାଯାଇଥିଲା, ଦୁଧ ମାଙ୍ଗୋଗେ,ଦୁଧ ଦେଙ୍ଗେ। ଏଥି ସହିତ ଜୋମାଟୋ ହୋର୍ଡିଂ ଉପରେ ଖୀର ମାଙ୍ଗୋଗେ , ଖୀର ଦେଙ୍ଗେ। ତା’ପରେ ସେଠାରେ ନେଟଫ୍ଲିକ୍ସର ହୋର୍ଡିଂ ଥିଲା, ଯେଉଁଥିରେ ’ଫ୍ରାଏ ଡେ ମାଙ୍ଗୋଗେ ଓ୍ବେଡନେସ ଡେ ଦେଙ୍ଗେ ଉଲ୍ଲେଖ କରାଯାଇଥିଲା। ଶୁକ୍ରବାର ସାଧାରଣତଃ ମନୋରଞ୍ଜନ ଜଗତ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଏ। କିନ୍ତୁ ନେଟଫ୍ଲିକ୍ସର ଅନେକ ୱେବ ସିରିଜ କେବଳ ବୁଧବାର ଦିନ ମୁକ୍ତିଲାଭ କରେ।

ନେଟଫ୍ଲିକ୍ସର ଏହି ପୋଷ୍ଟ ପରେ, ଅନେକ କମ୍ପାନୀ ନିଜସ୍ବ ଟ୍ୟାଗଲାଇନ ସହିତ ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ବ୍ଲିଙ୍କିଟ ପ୍ରଥମେ ଲେଖିଥିଲା, ’ବିଙ୍ଗ ୱାଚ କରୋଗି, ପପକର୍ନ ହମ ଲା ଦେଙ୍ଗେ।’ ଏହା ଉପରେ, ନେଟଫ୍ଲିକ୍ସ ଅତି ସୁନ୍ଦର ଢଙ୍ଗରେ ଲେଖିଥିଲା, ’ହମ ଆପକେ ହୈ କୌନ। ଏଥି ସହିତ, ଜୋମାଟୋ ଲେଖିଥିଲା, କୌଣସି ଅସୁବିଧା ନାହିଁ, ଦିନ କେବଳ ବୁଧବାର। ଏହା ପରେ ଅଙ୍କିତ ଦୁବେ ନାମକ ଜଣେ ଉପଭୋକ୍ତା ଏହାକୁ ଭାରତୀୟ ସେନା ସହିତ ସଂଯୋଗ କରୁଥିବା ଏକ ହୋର୍ଡିଂ ଲଗାଇଲେ, ଯେଉଁଥିରେ ଲେଖାଥିଲା, କାଶ୍ମୀର ମାଙ୍ଗୋଗି ତୋ ଚିର ଦେଙ୍ଗେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri