Categories: ବାଣିଜ୍ୟ

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମୋବାଇଲ ଆପ୍‌

ଭୁବନେଶ୍ୱର,୨୩।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ମୋବାଇଲ ଆପ୍‌ ‘ସ୍ମାର୍ଟ ୱାର୍କଶପ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଶିଳ୍ପର ପ୍ରଥମ ନବସୃଜନ ସ୍ମାର୍ଟ ୱାର୍କଶପ୍‌ ମୋବାଇଲ ଆପ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି। ଉକ୍ତ ଆପ୍‌ ଜରିଆରେ ଗ୍ରାହକମାନେ ଗାଡ଼ିର ସର୍ଭିସ୍‌ ଅଗ୍ରଗତି ବିଷୟରେ ବାସ୍ତବ ସମୟ ସୂଚନା ପାଇପାରିବେ। ସେହିଭଳି ଗ୍ରାହକମାନଙ୍କୁ ସୁବିଧା ଓ ସ୍ବଚ୍ଛତା ପ୍ରଦାନ କରିବାରେ ଏଚ୍‌ଏମ୍‌ଏସ୍‌ଆଇର ପ୍ରତିବଦ୍ଧତାକୁ ଏହା ଦୋହରାଉଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ଗ୍ରାହକଙ୍କ ସନ୍ତୁଷ୍ଟି ଓ ନବସୃଜନ ବୃଦ୍ଧି ପାଇଁ ଆମ ପ୍ରତିବଦ୍ଧତା ଆମକୁ ‘ସ୍ମାର୍ଟ ୱାର୍କଶପ୍‌’ ମୋବାଇଲ ଆପ୍‌ ବିକଶିତ କରିବାକୁ ପ୍ରେରଣା ଦେଇଛି। ଏହି ବୈପ୍ଳବିକ ଉପକରଣ କେବଳ ସ୍ବଚ୍ଛତା ପ୍ରଦାନ କରିବ ନାହିଁ ବରଂ ଆମ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଏକ ଅସୁବିଧାମୁକ୍ତ ଅନୁଭୂତି ମଧ୍ୟ ସୁନିଶ୍ଚିତ କରିବ। ଏହି ଆପ୍ଲିକେଶନର ଶୁଭାରମ୍ଭ ଏହାର ଗ୍ରାହକଙ୍କ ସୁବିଧା ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଏଚ୍‌ଏମ୍‌ଏସ୍‌ଆଇର ସମର୍ପଣର ପ୍ରମାଣ। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ୱାର୍କଶପ୍‌’ ଆପ୍‌ ଜରିଆରେ ଗ୍ରାହକମାନେ ବର୍ତ୍ତମାନ ଗୋଟିଏ ଏସ୍‌ଏମ୍‌ଏସ୍‌ ଲିଙ୍କ୍‌ ଜରିଆରେ ନିଜ ଗାଡ଼ିର ସର୍ଭିସ୍‌ ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟକୁ ଟ୍ରାକ୍‌ କରିବାର କ୍ଷମତା ରଖିଛନ୍ତି। ସର୍ଭିସ୍‌ ସେଣ୍ଟରଗୁଡ଼ିକରେ ଗ୍ରାହକଙ୍କ ଗାଡି ଭର୍ତ୍ତି ହେବା, ମରାମତି ହେବା ଏବଂ ଗାଡ଼ି ବାହାରିବାଠାରୁ ଆରମ୍ଭକରି ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଥାଏ।

Share