ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ

ନୂଆଦିଲ୍ଲୀ,୩।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ନୂଆ ଇଞ୍ଜିନ ଅଏଲ ‘ପ୍ରୋ ହୋଣ୍ଡା’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି, ଯାହାକୁ ଭାରତୀୟ ବଜାରରେ ହୋଣ୍ଡାର ଦୁଇଚକିଆ ଯାନ ପାଇଁ ବ୍ୟବହାର କରାଯିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଗ୍ରାହକମାନଙ୍କୁ ସଦାସର୍ବଦା ଶ୍ରେଷ୍ଠ ଉପତ୍ାଦ ଓ ସେବା ପ୍ରଦାନ କରିବା ଲାଗି ଆମେ ସବୁବେଳେ ଉଦ୍ୟମ କରୁଛୁ। ଏପରିକି ଗ୍ରାହକମାନଙ୍କ ଲାଗି ନୂଆ ମୂଲ୍ୟ ସୃଷ୍ଟି କରିବା ପାଇଁ ଆମେ ନୂଆ ଇଞ୍ଜିନ ଅଏଲ ବର୍ଗମାଳାକୁ ନିକଟରେ ଉନ୍ମୋଚନ କରିଛୁ। ଉଲ୍ଲେଖଯୋଗ୍ୟ, ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ ଦୁଇଟି ଗ୍ରେଡ୍‌ ଯଥା ପ୍ରୋ ହୋଣ୍ଡା-୧୦ଡବ୍ଲ୍ୟୁ୩୦ ଓ ପ୍ରୋ ହୋଣ୍ଡା-୫ଡବ୍ଲ୍ୟୁ୩୦କୁ ବଜାର ପ୍ରବେଶ କରାଯାଇଛି। ଅପରପକ୍ଷରେ ପ୍ରୋ ହୋଣ୍ଡା-୧୦ଡବ୍ଲ୍ୟୁ୩୦ ଏମ୍‌ଏ ମୋଟରସାଇକେଲ ପାଇଁ ହୋଇଥିବା ବେଳେ ୧୦ଡବ୍ଲ୍ୟୁ୩୦ଏମ୍‌ବି ସ୍କୁଟର ପାଇଁ ଏବଂ ୫ଡବ୍ଲ୍ୟୁ ୩୦ ଏମ୍‌ଏ ମୋଟରସାଇକେଲ ପାଇଁ ହୋଇଥିବା ବେଳେ ୫ଡବ୍ଲ୍ୟୁ୩୦ ଏମ୍‌ବି ସ୍କୁଟର ପାଇଁ ଉପଲବ୍ଧ। ୫ଡବ୍ଲ୍ୟୁ୩୦କୁ ବିଏସ୍‌-୬ ନିୟମ ଅନୁସାରେ ହୋଣ୍ଡା ଦୁଇଚକିଆଗୁଡ଼ିକ ଲାଗି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏପରିକି ଉଭୟ ଗ୍ରେଡ୍‌ର ଇଞ୍ଜିନ ଅଏଲ ୬୦୦ଏମ୍‌ଏଲ୍‌, ୮୦୦ ଏମ୍‌ଏଲ୍‌, ୯୦୦ଏମ୍‌ଏଲ୍‌, ୧୦୦୦ଏମଏଲ୍‌ ଓ ୧୨୦୦ ଏମ୍‌ଏଲ୍‌ ପ୍ୟାକ୍‌ରେ ଉପଲବ୍ଧ ରହିଛି। ଏପରିକି ପ୍ରୋ ହୋଣ୍ଡା ୧୦ଡବ୍ଲ୍ୟୁ୩୦ ଗ୍ରେଡ୍‌ର ମୂଲ୍ୟ ୩୩୩ ଟଙ୍କା (୮୦୦ ଏମ୍‌ଏଲ୍‌) ଓ ପ୍ରୋ ହୋଣ୍ଡା ୫ଡବ୍ଲ୍ୟୁ୩୦ର ମୂଲ୍ୟ ୩୧୧ ଟଙ୍କା (୬୦୦ ଏମ୍‌ଏଲ୍‌)ରୁ ଆରମ୍ଭ ହେଉଛି।
ସୂଚନାଯୋଗ୍ୟ, ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ନେଟ୍‌ୱର୍କ ଏସ୍‌ଜିବିଏଲ୍‌ ହୋଣ୍ଡା କଟକରେ ଏହି ତୈଳ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri