ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମ୍ପିଭି) ଏବେ ଭାରତରେ ପଶିଛି। ଦେଶରେ ୬ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା

ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚଏମ୍ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚଏମ୍ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି। ଗତମାସ ୨୪ରେ ଗୁଜରାଟ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ମାସର ଶିଶୁଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚେନ୍ନାଇର ୨ଟି ହସ୍ପିଟାଲରୁ ୨ ଜଣ ଶିଶୁ ଏଚଏମ୍ପିଭିରେ ସଂକ୍ରମିତ ହୋଇ ଖବର ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଜରୁରୀ ବୈଠକ ଡାକିଛି। କୋଲକାତାରେ ସୋମବାର ଜଣେ ସଂକ୍ରମିତଙ୍କ ମିଶାଇ ଗତ ନଭେମ୍ବରରୁ ୩ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ପିଅର୍ଲେସ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଏଚଏମ୍ପିଭିରେ କେହି ସଂକ୍ରମିତ ହୋଇ ନ ଥିବା ସେ କହିଛନ୍ତି।

ତେବେ ଏହି ଭୂତାଣୁ ଯୋଗୁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡିବା ଆରମ୍ଭ କରିଛି। ୱୁହାନରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏଠାରେ ୧୦ ଦିନରେ HMPV ମାମଲା ୫୨୯% ବୃଦ୍ଧି ପାଇଛି । ପିଲାମାନଙ୍କ ମଧ୍ୟରେ ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଣ୍ଟିବାୟୋଟିକ୍‌ ଔଷଧର ବହୁତ ଅଭାବ ରହିଛି । ଏପରିକି ଆଣ୍ଟିବାୟୋଟିକ୍‌ ଔଷଧର କଳା ବଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଆଣ୍ଟିବାୟୋଟିକ୍‌ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି।

ଭୂତାଣୁ ସଂକ୍ରମଣ ବୃଦ୍ଧି ହେତୁ WHO ମଧ୍ୟ ଟେନସନରେ ଆସିଛି। ସେ ଚାଇନାରୁ HMPV ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଗାଇଛନ୍ତି। ଚାଇନା ଏପର୍ଯ୍ୟନ୍ତ HMPV ମାମଲାରେ ତଥ୍ୟ ଲୁଚାଉଛି। ବର୍ତ୍ତମାନ ଏହି ଭୂତାଣୁ ଚାଇନାରୁ ବ୍ୟାପୀ ଭାରତ, ମାଲେସିଆ, ଜାପାନ, କାଜାଗସ୍ତାନରେ ପହଞ୍ଚିଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri