ଏଚ୍‌ଏମ୍‌ଆଇଏଫ୍‌ର ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’

ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଓ ନୟାଗଡ଼ ଜିଲାରେ ୫ଟି ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’ର ଶୁଭାରମ୍ଭ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଲ୍‌ର କର୍ପୋରେଟ୍‌ ଆଫେୟାର୍ସ ଏଭିପି ଏବଂ ଭର୍ଟିକାଲ ହେଡ୍‌ ପୁନୀତ ଆନନ୍ଦ କହିଛନ୍ତି, ଗଞ୍ଜାମ ଜିଲାର ହୁମ୍ମା, ରମ୍ଭା, ପାଟପୁର ଏବଂ ନୟାଗଡ଼ ଜିଲାର ରାଜ ରଣପୁର ଓ ଗୋଡ଼ିପଡ଼ା ଗ୍ରାମରେ ଟେଲି ମେଡିସିନ କ୍ଲିନିକ୍‌ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ଟେଲି ମେଡିସିନ କ୍ଲିନିକ୍‌ଗୁଡ଼ିକ ଏଚ୍‌ଏମ୍‌ଆଇଏଫ୍‌ର ସାମାଜିକ ପ୍ରସାରଣ ପଦକ୍ଷେପ ‘ସ୍ପର୍ଶ ସଞ୍ଜୀବନୀ’ର ଏକ ସମ୍ପ୍ରସାରିତ ରୂପ ହୋଇଥିବା ବେଳେ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମୀଣ ଭାରତର ଜନସାଧାରଣକୁ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ସେବା ଉପଲବ୍ଧ କରାଇବା ଉପରେ ଅନୁଷ୍ଠାନ ଗୁରୁତ୍ୱାରୋପ କରୁଛି। ସେହିଭଳି ଓଡ଼ିଶାରେ ନୂତନ ଭାବେ ଖୋଲିଥିବା ଏହି କ୍ଲିନିକ୍‌ଗୁଡିକ ଦ୍ୱାରା ୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହି ଟେଲି ମେଡିସିନ କ୍ଲିନିକ୍‌ଗୁଡିକ ବିଶେଷକରି ନର୍ସ ସହାୟକ କ୍ଲିନିକ ଭାବେ ଜଣାଶୁଣା। ଯେଉଁଠାରେ ରୋଗୀଙ୍କୁ ପ୍ରଥମେ ନର୍ସଙ୍କ ଦ୍ୱାରା ସହାୟତା ଉପଲବ୍ଧ କରାଯାଇଥାଏ। ପରବର୍ତ୍ତୀ ସମୟରେ ନର୍ସ ରୋଗୀର ସ୍ଥିତି ସମ୍ପର୍କରେ ଅବଗତ ହୋଇ ଏକ ଭିଡିଓ କଲ୍‌ ମାଧ୍ୟମରେ ତାଲିକାଭୁକ୍ତ ଉପଯୁକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥାନ୍ତି। ସେହିଭଳି ପୋଷ୍ଟ ପରାମର୍ଶ, ନର୍ସ ପ୍ରେସ୍‌କ୍ରିପ୍‌ଶନ ଲେଖି ଔଷଧ ବିତରଣ ମଧ୍ୟ କରନ୍ତି। ଏହି ସିଷ୍ଟମ ଫଲୋ ଅପ୍‌ ମଧ୍ୟ କାର୍ଯ୍ୟକାରୀ କରିଥାଏ। ଔଷଧ ସହିତ ଏହି ସମ୍ପୂର୍ଣ୍ଣ ସେବା ମାତ୍ର ୧୦୦ ଟଙ୍କାରେ ଉପଲବ୍ଧ। ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଏକ ଅଗ୍ରଣୀ ସାମାଜିକ ଉଦ୍ୟୋଗ କର୍ମା ହେଲ୍‌ଥ କେୟାର ସହିତ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ ବୋଲି ଏଚ୍‌ଏମ୍‌ଆଇଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri