ଇସ୍ରାଏଲ ବିରୋଧ ଯୁଦ୍ଧରେ ପ୍ରଥମଥର ବୁର୍କାନ ମିଶାଇଲ ବ୍ୟବହାର କରୁଛି ହିଜବୁଲ୍ଲା

ଜେରୁଜେଲମ,୧୩।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ ଏବଂ ଇସ୍ରାଏଲ ସେନା ମଧ୍ୟରେ ବିବାଦ ଲେବାନନ-ଇସ୍ରାଏଲ ସୀମାରେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ହିଜବୁଲ ମୁଖ୍ୟ ହସନ ନସରାଲ୍ଲା ନିଜର ଶେଷ ବୟାନରେ କହିଛନ୍ତି ଯେ ଇସ୍ରାଏଲ ବିରୋଧ ଆକ୍ରମଣରେ ଏହି ଗୋଷ୍ଠୀ ନୂଆ ଅସ୍ତ୍ର ବ୍ୟବହାର କରୁଛି।
ହାମାସ-ଇସ୍ରାଏଲ ଯୁଦ୍ଧ ପରଠାରୁ ହାସନ ନାସରାଲ୍ଲା ତାଙ୍କର ଦ୍ୱିତୀୟ ଟେଲିଭିଜନ ସମ୍ବୋଧନରେ କହିଛନ୍ତି ଯେ ଗତ ସପ୍ତାହରେ ଇରାନ ସମର୍ଥିତ ଗୋଷ୍ଠୀ ଲେବାନନ ସାମ୍ମୁଖ୍ୟରେ ନିଜର କାର୍ଯ୍ୟକଳାପକୁ ତୀବ୍ର କରିଛି। ସେ କହିଛନ୍ତି ଯେ ହିଜବୁଲ ପ୍ରଥମ ଥର ପାଇଁ ‘ବୁର୍କାନ କ୍ଷେପଣାସ୍ତ୍ର’ ବ୍ୟବହାର କରିଛି। େଏହି ଗୋଷ୍ଠୀ ଲେବାନନରେ ପ୍ରଥମ ଥର ପାଇଁ ଆକ୍ରମଣ ଡ୍ରୋନ ବ୍ୟବହାର କରୁଥିଲା ଏବଂ ପ୍ରତିଦିନ ଇସ୍ରାଏଲରେ ‘ଅନୁସନ୍ଧାନ ଡ୍ରୋନ’ ଉଡାଉଥିଲା।
ସୂଚନାଯୋଗ୍ୟ ଅକ୍ଟୋବର ୭ରେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରଠାରୁ ଲେବାନାନର ଦକ୍ଷିଣ ସୀମାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଦଳର ସହଯୋଗୀ ହିଜବୁଲ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏଏଫପି ରିପୋର୍ଟ ଅନୁଯାୟୀ, ଗତ ମାସରୁ ଇସ୍ରାଏଲର ଗୁଳିରେ ଅତି କମରେ ୬୮ହିଜବୁଲ ଯୁଦ୍ଧା ନିହତ ହୋଇଥିଲେ। ଏଥିସହ ଲେବାନନରେ ଅତି କମରେ ୧୧ ଜଣ ସାଧାରଣ ନାଗରିକ ଏବଂ ଅନ୍ୟ ୧୨ଜଣ ଯୋଦ୍ଧା ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?