ବ୍ରିଜ୍‌ରେ ଝୁଲି ରହିଲା ହାଇୱା

ବାରଙ୍ଗ,୧।୯(ଲିଙ୍ଗରାଜ ରାଉତ): ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡକୁ ଧକ୍କାଦେଇ ଝୁଲି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ।
ପ୍ରକାଶ ଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ମୁଣ୍ଡ ବ୍ରିଜ ଉପରେ ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱର ପଟୁ ନନ୍ଦନକାନନ ଅଭିମୁଖେ ଆସୁଥିବା ଏକ ବାଲି ବୋଝେଇ ହାଇୱା ଓଆର୦୨ବିଏଲ୯୧୩୧ ଟି କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜର ବ୍ୟାରିକେଡ଼କୁ ଧକ୍କା ଦେଇଥିଲା। ଫଳରେ ହାଇୱାଟି ବ୍ରିଜ ତଳକୁ ଝୁଲି ରହିଥିଲା। ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନ ଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖାଦେଇଥିବା ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।