ରୁଷିଆ ସୈନ୍ୟବାହିନୀରେ ଏଚଆଇଭି-ହେପାଟାଇଟିସ ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି…

ମସ୍କୋ,୩୧।୧୦ : ୟୁକ୍ରେନ ଯୁଦ୍ଧରେ ରୁଷିଆ ଏବେ ନିଜର ସୈନ୍ୟବାହିନୀରେ ଏଚଆଇଭି ଏବଂ ହେପାଟାଇଟିସ -ସି ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି ଦେବାରେ ଲାଗିଛି। ପ୍ରକାଶ ଯେ, ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ବ୍ୟକ୍ତିଗତ ସେନା ୱେଗ୍ନର୍‌ ଗ୍ରୁପ ୟୁକ୍ରେନ ଯୁଦ୍ଧକୁ ପଠାଇବାକୁ ଏଭଳି ଆକ୍ରାନ୍ତଙ୍କୁ ନିଯୁକ୍ତି ଦେଉଛି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଘରୋଇ ସେନାରେ ଭର୍ତ୍ତି ହୋଇଥିବା ଏହି ଆକ୍ରାନ୍ତମାନେ ଜେଲରେ କଏଦୀ ଭାବେ ରହୁଥିଲେ। ପୂର୍ବର ଯୁଦ୍ଧରେ ୱେଗ୍ନର ଗ୍ରୁପରେ ନିଯୁକ୍ତି ସଂଖ୍ୟା ବହୁତ ଅଧିକ ଥିଲା। ଏହାର ଅନେକ ଅପରେଟର ବୃତ୍ତିଗତ ସୈନିକ ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଅସୁସ୍ଥ କଏଦୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିଜ୍ଞତା ଏବଂ ଯୋଗ୍ୟତା ପରିବର୍ତ୍ତେ ଆକ୍ରାନ୍ତ ସ୍ଥିତି ଉପରେ ପ୍ରାଥମିକତା ଦିଆଯାଉଛି ।

ଭ୍ଲାଦିମିର ପୁଟିନଙ୍କ ବ୍ୟକ୍ତିଗତ ସେନାରେ ୧୦୦ରୁ ଅଧିକ କଏଦୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଚିହ୍ନିବା ପାଇଁ ଏକ ରଙ୍ଗୀନ ବ୍ରେସଲେଟ ପିନ୍ଧାଯାଉଛି। ୟୁକ୍ରେନର ସାମରିକ ଗୁପ୍ତଚର ବିଭାଗ କହିଛି ଯେ ଏହା ଅନ୍ୟ ରୁଷିଆ ସୈନିକମାନଙ୍କ ମଧ୍ୟରେ ଏହା ଯୋଗୁ ଭୟ ବିସ୍ତାର ହୋଇଛି। ମିଡିଆ ରିପୋର୍ଟରେ ଏହିପରି ସୈନିକମାନଙ୍କୁ ଅନ୍ୟ ସୈନିକମାନଙ୍କଠାରୁ ଅଲଗା ରଖାଯାଉଛି। ସେମାନଙ୍କୁ ସାଧାରଣ ସୈନିକଙ୍କ ସହିତ ମିଳାମିଶାକୁ ବାରଣ କରାଯାଇଛି।

Share