Categories: ଖେଳ

ବିଶ୍ୱରେକର୍ଡ କଲେ ହିଟ୍‌ମ୍ୟାନ୍‌

ଦୁବାଇ,୨୯।୮: ଏସିଆ କପରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଏକ ରେକର୍ଡ ସୃଷ୍ଟି କରିଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏହି ମ୍ୟାଚରେ ରୋହିତ ୧୨ ରନ ସ୍କୋର କରି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ପଛରେ ପକାଇ ଦେଇଥିଲେ। ରୋହିତ ବର୍ତ୍ତମାନ ୩୪୯୯ ରନ ରହିଛି। ଏଥି ସହିତ ଗୁପ୍ଟିଲ ୩୪୯୭ ରନ କରିଛନ୍ତି।
ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ଗୁପ୍ଟିଲ ୧୫ ରନ ସ୍କୋର କରି ଟି-୨୦ କ୍ରିକେଟରେ ଶ୍ରେଷ୍ଠ ରନ ସ୍କୋରର ହୋଇଥିଲେ। ଗୁପ୍ଟିଲ ୩୪୯୭ ରନ ସହ ଟି-୨୦ ରନ ସ୍କୋରର ତାଲିକାରେ ଶୀର୍ଷରେ ଥିବାବେଳେ ରୋହିତ ଶର୍ମା ୩୪୮୭ ରନ ସହ ଦ୍ୱିତୀୟ ସ୍ଥାନରେ ଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷରେ ରୋହିତ ୧୨ ରନ୍‌ କରି ଟି-୨୦ ସର୍ବାଧିକ ସ୍କୋରର ହୋଇଛନ୍ତି। ୩୩୪୩ ରନ ସ୍କୋର କରିଥିବା ବିରାଟ କୋହଲିଙ୍କ ନାମ ତୃତୀୟ ସ୍ଥାନରେ ରହିଛି।

Share