ହିଟ୍‌ଲର

ଚନ୍ଦନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିଟ୍‌ଲର’। ନିକଟରେ ଏହାର ପୋଷ୍ଟର ସହ ଫାଷ୍ଟ ଲୁକ୍‌ ମଧ୍ୟ ଲୋକାର୍ପିତ ହୋଇଛି। ଫିଲ୍ମଟିର କାହାଣୀରେ ଆକ୍ସନ ଏବଂ ଫ୍ୟାମିଲି ଡ୍ରାମା ଭରି ରହିଛି। ଚିତ୍ରର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଦୀପକ। ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କୋରିଓଗ୍ରାଫର-କମ୍‌-ନିର୍ଦ୍ଦେଶକ ସୁଧାକର ବସନ୍ତ। ଦିଲ୍ଲୀପ ଶ୍ରୀଚନ୍ଦନଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ମନୋରଞ୍ଜନ ରାଉଳ। ଅଜିତ ପ୍ରକାଶ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି। ଏଥିରେ ଦୀପକଙ୍କ ବ୍ୟତୀତ ଅର୍ଲିନ, ଅଙ୍କିତା, ସୁକାନ୍ତ ପାତ୍ର, ହରିହର ମହାପାତ୍ର, ଦିବ୍ୟା,ସିଆ, ରାଜଶ୍ରୀ, ଦୁର୍ଗା, ପଲଶ କୁମାର, ମଧୁସୂଦନ ରାଓଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ସଂଯୋଜିତ ତଥା ଡା. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଏହାପୂର୍ବରୁ ଏହି ବ୍ୟାନରରେ ‘ମହା ଶଙ୍କରା’ ନିର୍ମିତ ହୋଇଥିଲା l ‘ଆମ ବ୍ୟାନରରେ ଆମେ ସବୁବେଳେ କାହାଣୀ ଏବଂ ତା’ସହ କଳାକାର ଚୟନକୁ ଗୁରୁତ୍ୱ ଦେଉ। ତା’ସହ ଫିଲ୍ମର ସଂଳାପ, ସଙ୍ଗୀତ ଏବଂ ଉପସ୍ଥାପନା ଦିଗ ପ୍ରତି ମଧ୍ୟ ଶତ ପ୍ରତିଶତ ଦୃଷ୍ଟି ଦିଆଯାଏ। ଚଳିତ ବର୍ଷ ଜୁନ୍‌ରେ ରିଲିଜ ହେବାକୁ ଥିବା ‘ହିଟ୍‌ଲର’ ଫିଲ୍ମଟି ମଧ୍ୟ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହନ୍ତି ଏହାର ପ୍ରଯୋଜକ। ଉକ୍ତ ସିନେମାର ମିଡିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ।

Share