Posted inଖେଳ

ଓଏଫ୍‌ସିରେ ଯୋଗଦେଲେ ହିତେଶ

ଭୁବନେଶ୍ୱର,୧ା୨(ସରୋଜ ଜେନା): ଓଡିଶା ଫୁଟବଲ କ୍ଲବ(ଓଏଫ୍‌ସି) ସହ ଯୋଗ ଦେଇଛନ୍ତି ପ୍ରତିଭାବାନ ମିଡ ଫିଲ୍ଡର ହିତେଶ ଶର୍ମା। ପୂର୍ବରୁ ଏଟିକେ ଓ ହାଇଦ୍ରାବାଦ ଏଫ୍‌ସି ପକ୍ଷରୁ ଖେଳି ସାରିଛନ୍ତି ହିତେଶ। ଟାଟା ଫୁଟବଲ ଏକାଡେମୀରେ ପ୍ରଶିକ୍ଷିତ ହିତେଶ ମୁମ୍ବାଇ ପକ୍ଷରୁ ଆଇ ଲିଗ୍‌ ଖେଳିଥିଲେ। ତେବେ ଏଟିକେ ପକ୍ଷରୁ ଇଣ୍ଡିଆନ ସୁପର ଲିଗ୍‌ରେ ଶର୍ମାଙ୍କୁ ପ୍ରଥମ ବ୍ରେକ୍‌ ମିଳିଥିଲା। ଏଟିକେ ପକ୍ଷରୁ ଶର୍ମା ୩୪ ମ୍ୟାଚ୍‌ ଖେଳିଥିଲେ। ଏହା ପରେ ୨୦୧୯-୨୦ ସିଜନ ପାଇଁ ହାଇଦ୍ରାବାଦ ଏଫ୍‌ସିରେ ଯୋଗ ଦେଇଥିଲେ ଶର୍ମା। ୨୦୨୧-୨୨ରେ ହାଇଦ୍ରାବାଦ ଏଫ୍‌ସିକୁ ଚାମ୍ପିୟନ କରିବାରେ ହିତେଶଙ୍କ ବଡ ଭୂମିକା ରହିଥିଲା।
ଓଏଫ୍‌ସିରେ ଯୋଗ ଦେବାକୁ ନେଇ ହିତେଶ ସନ୍ତୋଷ ପ୍ରକାଶ କରିଛନ୍ତି। କଳିଙ୍ଗ ଓ୍ବାରିୟର୍ସ ପ୍ରତି ସିଜନରେ ସଫଳତାର ଏକ ନୂଆ ସୋପାନ ଅତିକ୍ରମ କରୁଛି। ଏଭଳି କ୍ଲବ ସହିତ ଯୋଡି ହେବା ମୋ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ହିତେଶ। ଅନ୍ୟ ପକ୍ଷରେ ହିତେଶଙ୍କୁ ଜଣେ ଚାଲାକ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି ଓଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ହିତେଶଙ୍କ ଗେମ୍‌ ସେନ୍ସ ଅତ୍ୟନ୍ତ ଚମତ୍କାର ରହିଥିବା ବେଳେ ସେ ଓଏଫ୍‌ସି ପାଇଁ ଭବିଷ୍ୟତରେ ଜଣେ ଭଲ ଖେଳାଳି ହୋଇ ପାରନ୍ତି ବୋଲି ଲୋବେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri