Posted inଫୁରସତ

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ ଛୋଟ ବାରୁଦ ଲଗା କାଠି ନିଆଁର ଆବଶ୍ୟକତାକୁ ସବୁ ସମୟରେ ପୂରଣ କରିପାରିଲା। ଜିନିଷଟି ଛୋଟିଆ ହେଲେ ବି ତାହା ବେଶ୍‌ ଜରୁରୀ ପାଲଟିଗଲା।
ଏମିତିକି ଆଜିକାର ଆଧୁନିକ ଯୁଗରେ ବି ଏହାର ଚାହିଦା କମିନି। ଜାଣିବା ସେଇ ଦିଆସିଲିର ଇତିହାସ ସମ୍ପର୍କରେ..

୧୯୭ ବର୍ଷ ପୂର୍ବେ ୧୮୨୬ରେ ବ୍ରିଟେନର କେମିଷ୍ଟ ଓ ଡ୍ରଗିଷ୍ଟ ଜନ୍‌ ଓ୍ବାକର୍‌ ଦିଆସିଲିର ଆବିଷ୍କାର କରିଥିଲେ। ପଥରକୁ ଘଷି ନିଆଁ ଜଳାଇବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ତାକୁ ଦିଆସିଲିର ରୂପ ଦେବାକୁ ସେ ହିଁ ପ୍ରଥମେ ଚିନ୍ତା କରିଥିଲେ। ଆଉ ଏମିତି ଏକ ବାରୁଦ ଲଗା ଛୋଟ କାଠି ତିଆରି କରିବାରେ ସଫଳ ହେଲେ ଯାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳିଲା। ହେଲେ ପ୍ରାରମ୍ଭିକ ସମୟରେ ଏହା ଘାତକ ସିଦ୍ଧ ହୋଇଥିଲା। ବିପଜ୍ଜନକ ବିସ୍ଫୋଟ ବି ଘଟିଥିଲା। ଆଉ ଅନେକେ ଆହତ ବି ହୋଇଥିଲେ। ତେବେ ଏଭଳି ହେବା ପଛର କାରଣ ଥିଲା- ଦିଆସିଲି କାଠିର ଉପରଭାଗର ବାରୁଦରେ ସେତେବେଳେ ସେ ଆଣ୍ଟିମନି ସଲ୍ଫାଇଡ୍‌, ପଟାସିୟମ କ୍ଲୋରେଟ,ଷ୍ଟାର୍ଚ ଓ ଅଠାର ମିଶ୍ରଣ ବ୍ୟବହାର କରିଥିଲେ। ମିଶ୍ରଣଟି ସୁଖିଗଲା ପରେ ତାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳି ଉଠୁଥିଲା। ହେଲେ ବିସ୍ଫୋଟ କରାଉଥିଲା। ଆଉ ବିସ୍ଫୋଟ ପରେ ଦୁର୍ଗନ୍ଧ ବି ହେଉଥିଲା। ସେ ନିଜର ଏହି ଆବିଷ୍କାରକୁ ପେଟେଣ୍ଟ କରାଇ ନ ଥିଲେ। କେବଳ ଲୋକଙ୍କୁ ଦେଖାଉଥିଲେ। ୧୮୨୭ରେ ସେ ନିଜର ଏହି ଦିଆସିଲିକୁ ବଜାରରେ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଶେଷ ସଫଳତା ମିଳିଲା ନାହିଁ। ୧୮୩୧ରେ ଫ୍ରାନ୍ସର ଚାର୍ଲସ ସୌରିୟା ଧଳା ଫସଫରସ୍‌ ବ୍ୟବହାର କରି ଦିଆସିଲି ତିଆରି କଲେ। ଏହାଦ୍ୱାରା ଦିଆସିଲି କାଠି ଜଳିବା ସହଜ ହେଲା। ଜଳିବା ପରେ ବାହାରୁଥିବା ଦୁର୍ଗନ୍ଧ ବି ଦୂର ହେଇଗଲା। କିନ୍ତୁ ଆଉ ଏକ ସମସ୍ୟା ସୃଷ୍ଟି ହେଲା। ସେଥିରୁ ନିର୍ଗତ ଧୁଆଁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଥିଲା। ତେବେ ବି ଏହାର ବ୍ୟବହାର ଅନେକ ବର୍ଷ ପର୍ଯ୍ୟନ୍ତ ହେଲା। ୧୮୪୪ରେ ସ୍ବୀଡେନର ଗୁସ୍ତାଫ ପାସ୍‌ ଓ ୧୮୫୫ରେ ସ୍ବୀଡେନର ଜେଇ ଲୁଣ୍ଡଷ୍ଟର୍ମ ସୁରକ୍ଷିତ ଦିଆସିଲି ତିଆରି କଲେ। ଯେଉଁଥିରେ ଲାଲ ଫସଫରସ୍‌ର ବ୍ୟହାର କରାଯାଇଥିଲା। ଆଉ ତାହା ସଫଳ ବି ହେଲା। ଏବେ ମଧ୍ୟ ଦିଆସିଲିରେ ଏହି ରସାୟନର ବ୍ୟବହାର କରାଯାଉଛି। ଦିଆସିଲିର କାଠି ବିଭିନ୍ନ ପ୍ରକାରର କାଠରେ ତିଆରି ହୋଇଥାଏ। ତେବେ ସବୁଠୁ ଭଲ ଦିଆସିଲି କାଠି ଆଫ୍ରିକୀୟ ବ୍ଲାକ୍‌ ଉଡ୍‌ ଗଛରୁ ତିଆରି ହୋଇଥାଏ। ପାଲ୍ପର୍‌ ନାମକ ଗଛର କାଠକୁ ବି ଦିଆସିଲି କାଠି ତିଆରି ପାଇଁ ବ୍ୟବହାର କରାଯାଏ। ଭାରତରେ ୧୯୨୬ରେ ଶିବକାଶୀର ଏ. ଶାନମୁଗା ନାଦାର ଓ ପି. ଅୟା ନାଦାର ଦୁଇ ସମ୍ପର୍କୀୟ ଭାଈ ଗାନ୍ଧିଜୀଙ୍କ ସ୍ବଦେଶୀ ମନ୍ତ୍ରକୁ ଆପଣେଇ କାକା ମ୍ୟାଚ ଇଣ୍ଡଷ୍ଟ୍ରୀ ଓ ଅନିଲ ମ୍ୟାଚ ଫ୍ୟାକ୍ଟୋରୀ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଦିଆସିଲି ବିଦେଶରୁ ଆମଦାନୀ ହେଉଥିଲା। ପରେ କିଛି ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ପ୍ଲାଣ୍ଟ ଆରମ୍ଭ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri