Posted inଜାତୀୟ

ଇତିହାସ ରଚିଲା ଉତ୍ତରାଖଣ୍ଡ: ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲ୍‌ ପାରିତ

ଡେରାଡୁନ୍‌,୭।୨:ଉତ୍ତରାଖଣ୍ଡ ବୁଧବାର ଇତିହାସ ସୃଷ୍ଟି କରିଛି। ଉତ୍ତରଖଣ୍ଡ ବିଧାନସଭାରେ ଆଲୋଚନା ପରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାରିତ ହୋଇଛି। ଦିନସାରା ବିଧାନସଭାରେ ଏହି ବିଲ ବିଷୟରେ ଆଲୋଚନା ହୋଇଥିଲା, ଯାହା ପରେ ସିଏମ ସମ୍ବୋଧିତ କରିଥିଲେ। ସାରେ ୟୁସିସି ବିଲ ଭଏସ ଭୋଟ ଦ୍ୱାରା ପାରିତ ହୋଇଥିଲା।
ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଥିଲେ। ଭାଜପା କ୍ଷମତାକୁ ଫେରିବା ପରେ ସେ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ପ୍ରଥମେ ନିଷ୍ପତ୍ତି ନେବାକୁ ମଧ୍ୟ ଘୋଷଣା କରିଥିଲେ। କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଧାମି ସରକାର ସମାନ ନାଗରିକ ସଂହିତା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉତ୍ତରାଖଣ୍ଡ ସରକାର ମଙ୍ଗଳବାର ରାଜ୍ୟ ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ଆଗତ କରିଥିଲେ। ସ୍ବାଧୀନତା ପରେ ଏଭଳି ବିଲ୍‌ ଆଣିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ। ଆଦିବାସୀମାନଙ୍କୁ ପ୍ରସ୍ତାବିତ ଆଇନରୁ ବାଦ୍‌ ଦିଆଯାଇଛି।
ଚିଠା ଆଇନରେ ବହୁପତ୍ନୀ ଗ୍ରହଣକୁ ନିଷେଧ କରାଯିବା ସହ ଲିଭ୍‌-ଇନ୍‌ ରିଲେଶନରେ ରହିଲେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏଭଳି ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କୁ ବୈଧ ବିବେଚନା କରାଯିବ ଏବଂ ଛାଡ଼ପତ୍ର କ୍ଷେତ୍ରରେ ମହିଳାଙ୍କୁ ତାଙ୍କ ପୁରୁଷ ସାଥୀ କ୍ଷତିପୂରଣ ଦେବେ। ପ୍ରସ୍ତାବିତ ଆଇନରେ ଝିଅମାନଙ୍କ ବିବାହ ବୟସ ୧୮ ଏବଂ ପୁଅଙ୍କ ପାଇଁ ୨୧ ବର୍ଷ ରହିବ। ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଛାଡ଼ପତ୍ର ପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସମାନ କାରଣ ଦର୍ଶାଇବାକୁ ହେବ। ଜଣେ ସ୍ତ୍ରୀ ବଞ୍ଚତ୍ଥିବା ଯାଏ ଦ୍ୱିତୀୟ ବିବାହ କରାଯାଇପାରିବ ନାହଁ। ପୁଅଙ୍କ ଭଳି ଝିଅମାନଙ୍କୁ ସମ୍ପତ୍ତି ଉପରେ ସମାନ ଅଧିକାର ମିଳିବ।
ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ସରକାର ୟୁସିସି ବିଲ୍‌ ଆଣିବା ଗୁରୁତ୍ୱପୂର୍ଣ୍ଣ। ବିବାହ, ଛାଡ଼ପତ୍ର, ଜମିଜମା, ସମ୍ପତ୍ତି ଏବଂ ଉତ୍ତରାଧିକାରକୁ ନେଇ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ଆଣିବା ଭାଜପା କାର୍ଯ୍ୟସୂଚୀର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଥିଲା। ଅନ୍ୟ ଭାଜପା ଶାସିତ ରାଜ୍ୟ ଅନୁରୂପ ଆଇନ ଆଣିପାରନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri