Posted inଖେଳ

୭ ବଲ୍‌ରେ ବଦଳିଗଲା ଇତିହାସ

ଦୁବାଇ,୨୫।୧୦: ଦୁବାଇ ଗ୍ରାଉଣ୍ଡରେ ୨୯ ବର୍ଷ ପରେ ଇତିହାସ ରଚିଛି ପାକିସ୍ତାନ। ଦିନିକିଆ ଏବଂ ଟି -୨୦ ବିଶ୍ୱକପରେ ଲଗାତାର ୧୨ଟି ମ୍ୟାଚ ହାରିଯିବା ପରେ ପାକିସ୍ତାନ ଏହି ଇତିହାସ ବଦଳାଇ ଦେଇଛି। ଇତିହାସ, ସାମ୍ପ୍ରତିକ ଫର୍ମ ଏବଂ ଅଭିଜ୍ଞତା ଟିମ ଇଣ୍ଡିଆ ସହିତ ସବୁକିଛି ଥିଲା। କିନ୍ତୁ ଏହି ଲଜ୍ଜାଜନ ପରାଜୟ ଭାରତକୁ ଥରାଇ ଦେଇଛି।
ଭାରତୀୟ ଦଳ ନିଜ ଓପନମାନଙ୍କ ଠାରୁ ବହୁତ କିଛି ଆଶା କରିଥିଲା। ମାତ୍ର ୬ ଫୁଟ ୬ ଇଞ୍ଚ ଶାହିନ ଶାହା ଆଫ୍ରିଦି ମାତ୍ର ୭ ବଲରେ ଭାରତୀୟ ଓପନିଂ ଯୋଡିକୁ ଆଉଟ୍‌ କରିଥିଲେ। ପ୍ରଥମେ ସେ ରୋହିତ ଶର୍ମା ଏବଂ ପରେ କେ.ଏଲ ରାହୁଲଙ୍କ ଉଇକେଟ୍‌ ନେଇ ଭାରତକୁ ଆରମ୍ଭରୁ ଧରାଶାୟୀ କରିଥିଲେ।
୨୦ ବର୍ଷୀୟ ଶାହିନ ଆଫ୍ରିଦି ପ୍ରଥମ ସ୍ପେଲରେ ୩ ଓଭର ବୋଲିଂରେ ୧୯ ରନ ଦେଇ ଦୁଇଟି ଉଇକେଟ ନେଇଥିଲେ। ପରେ ଶାହିନ ପୁରୁଣା ବଲ ସହିତ ଆକ୍ରମଣ ଜାରି ରଖିଥିଲେ ଏବଂ ଶେଷ ଓଭରରେ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ପ୍ରଥମ ଦୁଇଟି ଉଇକେଟ ଯିବା ପରେ ଟିମ ଇଣ୍ଡିଆ ଆଉ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲା। ମ୍ୟାଚ ପରେ କ୍ୟାପଟେନ ବିରାଟ କୋହଲି ନିଜେ ସ୍ବୀକାର କରିଛନ୍ତି ଯେ ଓପନର୍ସ ଶସ୍ତା ଭାବରେ ଆଉଟ୍‌ ହେବା ପରେ ଟିମ ଇଣ୍ଡିଆ ଟ୍ରାକକୁ ଫେରିପାରି ନ ଥିଲା। ଶାହିନ ନୂଆ ବଲ ସହିତ ବହୁତ ଭଲ ବୋଲିଂ କରିଥିଲେ। ମୁଁ ଭାବୁଛି ସେ ଠିକ ସ୍ଥାନରେ ବୋଲିଂ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri