Posted inଜାତୀୟ

ଐତିହାସିକ ପଦକ୍ଷେପ: ପ୍ରଧାନମନ୍ତ୍ରୀ କଲେ ’ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ…

ନୂଆଦିଲ୍ଲୀ,୧୧।୧୦: ଭାରତ ପୁଣି ଏକ ଐତିହାସିକ ପଦକ୍ଷେପୟ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଏବସରରେ ପ୍ରଧାନମନ୍ତ୍ରୀ ସ୍ପେସ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଭେଟେରାନମାନଙ୍କ ସହ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି। ଭାରତକୁ ମହାକାଶ ଜଗତରେ ଅଗ୍ରଣୀ କରିବା କ୍ଷେତ୍ରରେ ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଆତ୍ମନିର୍ଭରଶୀଳ ଭାରତ’ ଆଡକୁ ଏହା ଆଉ ଏକ ବଡ଼ ପଦକ୍ଷେପ। ମହାକାଶ ଗବେଷଣାରେ ବିକାଶ ଲାଗି ଇଣ୍ଡିଆନ ସ୍ପେସ ଆସୋସିଏଶନ ପ୍ରତିଷ୍ଠା କରାଯାଇଛି। ଏହା ଆମକୁ ସ୍ପେସ କ୍ଷେତ୍ରରେ ଏକ ଅଗ୍ରଣୀ ହେବାକୁ ସାହାଯ୍ୟ କରିବ। ଭାରତ ବୈଷୟିକ କ୍ଷେତ୍ରରେ ଉନ୍ନତ ହେବା ସହିତ ଦେଶର ଆତ୍ମନିର୍ଭରଶୀଳ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସ୍ପେସ ଏବଂ ନବସୃଜନ ପାଇଁ ଆଗ୍ରହୀ ବ୍ୟକ୍ତି ତଥା ସଂସ୍ଥାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେବ। କନସୋର୍ଟିୟମ ସ୍ପେସ ସମ୍ବନ୍ଧୀୟ ନୀତିକୁ ପ୍ରୋତ୍ସାହିତ କରିବ ଏବଂ ସରକାର ଏବଂ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ବୟ ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଇଣ୍ଡିଆନ ସ୍ପେସ ଆସୋସିଏଶନର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାରସନ ଆଣ୍ଡ ଟୁବ୍ରୋ, ଟାଟାଗ୍ରୁପ୍‌ର ନେଲକୋ, ୱନୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁ ଇଣ୍ଡିଆ, ୱାଲଚନ୍ଦ୍ରନଗର ଇଣ୍ଡଷ୍ଟ୍ରିଜ ଏବଂ ଅନନ୍ତ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଗୋଦରେଜ୍‌, ହ୍ୟୁଗ୍ସ୍‌ ଇଣ୍ଡିଆ, ଆଜିଷ୍ଟା-ବିଏସ୍‌ଟି ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସେଣ୍ଟମ୍‌ ଇଲୋକ୍ଟ୍ରୋନିକ୍ସ୍‌, ମାକ୍ସାର ଇଣ୍ଡିଆ ଆଦି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri