Categories: ଜାତୀୟ

ଐତିହାସିକ ରେକର୍ଡ, ଏପ୍ରିଲ୍‌ରେ କାଶୀ ବିଶ୍ୱନାଥ ମନ୍ଦିରକୁ ମିଳିଛି ୫.୪୫ କୋଟି ଦାନ…

ବାରାଣସୀ, ୮।୫ : ଶ୍ରୀ କାଶୀ ବିଶ୍ୱନାଥ ଧାମ ନିର୍ମାଣ ହେବା ପରଠାର ଏକ ମାସ ମଧ୍ୟରେ ସର୍ବାଧିକ ଦାନ ପାଇଁ ଏକ  ଐତିହାସିକ ରେକର୍ଡ ହୋଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ମନ୍ଦିରକୁ ୫.୪୫ କୋଟି ଟଙ୍କାର ଦାନ ଆସିଛି। ମାନସିକ ପୂରଣ ହେବାପରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ ଦେବା ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛିି।

ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି ଯେ ମନ୍ଦିର ଇତିହାସରେ ଏପ୍ରିଲରେ ଗୋଟିଏ ମାସରେ ସର୍ବାଧିକ ଦାନ ଆସିଛି। ଏହାପୂର୍ବରୁ ଦକ୍ଷିଣ ଭାରତର ଭକ୍ତମାନେ ୧୨୦ କିଲୋଗ୍ରାମ ସୁନା ଦାନ କରଥିଲେ।

ମନ୍ଦିର ପ୍ରଶାସନ ତରଫରୁ ଅନଲାଇନ ଦାନ ବ୍ୟତୀତ ମନ୍ଦିର ପରିସରରେ କାର୍ଯ୍ୟାଳୟରେ ଦାନ କରିବାର ବ୍ୟବସ୍ଥା ମଧ୍ୟ ଅଛି । ଏଥି ସହିତ, ଦାନ କରିଥିବା ବ୍ୟକ୍ତିଙ୍କୁ ଅନଲାଇନ ଏବଂ ଅଫଲାଇନରେ ରସିଦ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ମନ୍ଦିରରେ ରହିଛି।

Share