ପରିଚୟ ଖୋଜୁଛି ଐତିହାସିକ ମହୁରିଗଡ଼

ବ୍ରହ୍ମପୁର,୧୯ା୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ମହୁରି ରାଜବଂଶର ଅନେକ ଐତିହ୍ୟ ସୁରକ୍ଷା ଅଭାବରୁ ଏବେ ଧ୍ୱଂସପ୍ରାୟ। ସେହି ଧ୍ୱଂସାବଶେଷ ଉପରେ ଠିଆ ହୋଇଥିବା ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ମହୁରିଗଡ଼ ଭଳି ମଧ୍ୟଯୁଗୀୟ ଐତିହ୍ୟ ଆଉ କିଛିଦିନ ପରେ ମାଟିରେ ମିଶିଯିବ। ରାଜତନ୍ତ୍ରର ସାକ୍ଷୀ ହୋଇ ରହିଥିବା ଏହି ଜୀର୍ଣ୍ଣ ଗଡ ପ୍ରତି ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା କ୍ଷୋଭର ବିଷୟ ବୋଲି ଐତିହାସିକମାନେ କହିିଛନ୍ତି।
ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡାଖଣ୍ଡି ବ୍ଲକରେ ରହିଛି ମହୁରିଗଡ଼। ଏହା ବ୍ରହ୍ମପୁରଠାରୁ ୧୫ କିମି ଓ ୧୬ ନଂ. ଜାତୀୟ ରାଜପଥର କନିଷିଠାରୁ ମାତ୍ର ୮ କିମି ଦୂର। ଇତିହାସ କହେ ପୁରୀ ରାଜା ପୁରୁଷୋତ୍ତମଦେବ କାଞ୍ଚତ୍ ବିଜୟରୁ ସୈନ୍ୟଙ୍କୁ ନେଇ ଫେରିବା ବେଳେ ବାଟରେ ସମସ୍ତ ସର୍ଦ୍ଦାରଙ୍କୁ ଗୋଟିଏ ଗୋଟିଏ ଅଞ୍ଚଳ ଦାନ କରି ସେଠାରେ ସେମାନଙ୍କୁ ରାଜା ହେବାକୁ ନିର୍ଦ୍ଦେଶ ଦେଲେ। ସୋମରାଜ ଓ ଭୀମରାଜ ନାମକ ଦୁଇ ସର୍ଦ୍ଦାରଙ୍କୁ ସେ ସମୟରେ ଏହି ରାଜ୍ୟ ମିଳିଥିଲା। ଯୁଦ୍ଧ ବେଳେ ଉକ୍ତ ୨ ସର୍ଦ୍ଦାର ମହୁରି ବାଦନ କରିଥିବାରୁ ଉକ୍ତ ରାଜ୍ୟର ନାମ ମହୁରି ରଖାଯାଇଥିଲା। ଏହା ୧୪୫୦ ମସିହାର କଥା। ସୋମରାଜ ଏହି ଗଡ଼ଜାତ ରାଜ୍ୟର ରାଜା ହେଲେ ଓ ଭୀମରାଜ ଥାଟ ରାଜା ହେଲେ। ସୋମରାଜଙ୍କ ପୁଅ ପୁରୁଷୋତ୍ତମ ସିଂହ, ପୁରୁଷୋତ୍ତମଙ୍କ ପୁଅ ଧ୍ରୁବ ସିଂହ, ଧ୍ରୁବ ସିଂହଙ୍କ ବଂଶଧର ହେଉଛନ୍ତି ମହୁରି ରାଜ ପରିବାର। ମହୁରି ରାଜ୍ୟର ପରିଧି ୫୨୧ ବର୍ଗ ମାଇଲ। ଗ୍ରାମ ସଂଖ୍ୟା ୪୧୧। ଏହି ଗଡରେ ୭ ଦୁର୍ଗ ଥିଲା। ସେଗୁଡିକ ହେଲା ମହୁଡାଗଡ, ସାତପହଣ୍ଡିଆ, ପାଣ୍ଡିଆଝୋଳି, ନୂଆଗାଁ, ନଳିହାଡ, ଡେଙ୍ଗାପଦର, ନାରାୟଣପୁର। ମହୁରିଗଡ (ମହୁଡା) ଥିଲା ଉକ୍ତ ରାଜ୍ୟର ରାଜଧାନୀ। ରାଜାଙ୍କ ଉଆସ, ଜଗନ୍ନାଥ ମନ୍ଦିର ଏବଂ ବହୁ ଐତିହାସିକ କୀର୍ତ୍ତି ଏଠାରେ ରହିଛି । ୬ ପୁରୁଷ ଧରି ଏହି ମହୁରି ରାଜବଂଶର ଶାସନାଧୀନ ଥିଲା ଏହି ଗଡ଼। ୧୭୫୫ରେ ଫରାସୀମାନେ ଏହି ଗଡ଼କୁ ଅକ୍ତିଆର କରିବାକୁ ଆସିଲେ। ସେମାନଙ୍କ ସହିତ ମହୁରି ରାଜାଙ୍କ ଯୁଦ୍ଧ ହୋଇଥିଲା। ପରେ ୧୭୬୫ ବେଳକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟମାନେ ଆସି ମହୁରି ରାଜ୍ୟକୁ ଅକ୍ତିଆର କରିବାକୁ ଚେଷ୍ଟା କରିବାରୁ ତାଙ୍କ ସହ ବି ଯୁଦ୍ଧ ହେଲା। ଅନେକ ମନ୍ଦିର, ମଠ ସେମାନେ ଭାଙ୍ଗି ଦେଇଥିଲେ। ଏଭଳି ଯୁଦ୍ଧ ପରେ ଯୁଦ୍ଧ ମହୁରି ରାଜାଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। ସେତିକିବେଳେ ମହୁରି ରାଜ ପରିବାର ଭିତରେ ବିବାଦ ଲାଗିଲା। ୧୭୮୨ ଡିସେମ୍ବର ୧୦ରେ ମହୁରିର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବଙ୍କୁ ତାଙ୍କ ଭାଇମାନେ ହତ୍ୟା କରିଥିବା ଇତିହାସରୁ ଜଣାପଡ଼େ। ପାରିବାରିକ ବିବାଦ ଓ ଶତ୍ରୁତାରୁ ରାଜ ପରିବାର ଦୁର୍ବଳ ହୋଇପଡ଼ିଲେ। ମହୁରିରେ ପ୍ରଜାଙ୍କଠାରୁ ଆଉ ରାଜସ୍ବ ଆଦାୟ ହୋଇପାରିଲାନି। ଫଳରେ ୬୦ ହଜାର ଟଙ୍କା ଖଜଣା ବାକି ପଡ଼ିବାରୁ ୧୮୩୨-୩୩ ବେଳକୁ ବ୍ରିଟିଶ ସରକାର ଏହି ରାଜ୍ୟକୁ ନିଲାମ କରିଦେଲେ। ୧୮୩୭-୪୦ମସିହା ଭିତରେ ମହୁରି ରାଜ୍ୟରେ ମରୁଡି ପଡ଼ିଲା। ମହୁରି ରାଜ ପରିବାର ମହୁଡା ଛାଡ଼ି ବ୍ରହ୍ମପୁର ଚାଲିଆସିଲେ। ଫଳରେ ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ଐତିହାସିକ ମହୁରିଗଡ଼ ପରିତ୍ୟକ୍ତ ହୋଇପଡ଼ିଲା। ସରକାର ମହୁରି ରାଜ୍ୟକୁ ନିଜ ହାତକୁ ନେଇଗଲେ। ମହୁରି ରାଜାଙ୍କୁ କିଛି ପାରିତୋଷିକ ଦେଇ ବ୍ରହ୍ମପୁରରେ ରଖିଲେ। ଏହା ହିଁ ଥିଲା ମହୁରିଗଡ ଧ୍ୱଂସର କାରଣ ବୋଲି ଗବେଷକ ତଥା ଐତିହାସିକ ଡକ୍ଟର ଅନନ୍ତରାମ କର କୌଣ୍ଡିନ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଉକ୍ତ ଗଡ଼ ଲଟାବୁଦାରେ ପରିପୂର୍ଣ୍ଣ ହୋଇପଡ଼ିଛି। ଅନେକ କୀର୍ତ୍ତି ଜରାଜୀର୍ଣ୍ଣ ହୋଇପଡ଼ିଛି। ସୁରକ୍ଷା ଅଭାବରୁ ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ମହୁରିଗଡ଼ ଆଜି ନିଜ ପରିଚୟ ଖୋଜିବାରେ ଲାଗିଛି। ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ପିକ୍‌ନିକ୍‌ କରିବାକୁ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନେକ ପର୍ଯ୍ୟଟକ ଓ ଗବେଷକ ବି ଏଠାକୁ ଆସୁଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ ଗଞ୍ଜାମରେ ୨୧ ପର୍ଯ୍ୟଟନସ୍ଥଳ ଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏହି ଐତିହ୍ୟସମ୍ପନ୍ନ ମହୁରିଗଡ଼କୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିନାହିଁ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଐତିହ୍ୟଗଡ଼ ସମ୍ପର୍କରେ ଗବେଷଣା ହେଉନାହିଁ। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ତାହାକୁ ଅନୁଧ୍ୟାନ କରାଯିବ। ଯଦି କୌଣସି ଗବେଷଣାତ୍ମକ ବସ୍ତୁ କିମ୍ବା ଶିଳାଲେଖ ବାହାରିବ ତେବେ ସେଥିନେଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପଚାରିବାରୁ ଉକ୍ତ ପୁରାତନ ଐତିହ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri