୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ଏନେଇ ଏଏସ୍‌ଆଇ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି। ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସ୍‌ଓପି ପାଳନ କରାଯିବ।

ଏପ୍ରିଲ ୧୫ ତାରିଖରୁ ରାଜ୍ୟର ଐତିହାସିକ ସ୍ଥଳୀଗୁଡ଼ିକ ବନ୍ଦ ରହିଛି। ଖୋଲିଲେ ବି ପର୍ଯ୍ୟଟନସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି କରାଯାଇଥିବା କଟକଣା ପାଳନ ହେବ।