Posted inଫୁରସତ

୨୦୨୦ରେ ୟୁଟ୍ୟୁବ୍‌ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍‌ଫର୍ମରୁ ବହୁତ ଲୋକେ ବେଶ୍‌ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଟ୍ୟୁବ୍‌ ଚ୍ୟାନେଲ। ୨୦୨୦ ମସିହାରେ ଏଥିରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଜଣେ ୯ ବର୍ଷର ବାଳକ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆମେରିକାର ଟେକ୍ସାସରେ ରହୁଥିବା ୯ ବର୍ଷର ରିଆନ କାଜି ୟୁଟ୍ୟୁବ୍‌ରେ ଖେଳନା ଏବଂ ଖେଳର ଅନ୍ୟ ସାମଗ୍ରୀ ଦେଖାଇଥାନ୍ତି। ରିଆନ ଚଳିତବର୍ଷ ୟୁଟ୍ୟୁବ୍‌ରୁ ୨୯.୫ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ବ୍ୟତୀତ ରିଆନ ୱାଲର୍‌ଡ ବ୍ରାଣ୍ଡେଡ୍‌ ଖେଳନା ଏବଂ ପୋଷାକ ମାଧ୍ୟମରେ ୨୦୦ ମିଲିୟନ ଡଲାର୍‌ ମଧ୍ୟ ରୋଜଗାର କରିଛନ୍ତି।

୨୦୧୫ରେ ରିଆନ ପ୍ରଥମେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଯେତେବେଳେ ସେ ଖେଳନା ସମୀକ୍ଷାର ଭିଡିଓ ଦେଖିବା ଆରମ୍ଭ କଲେ ସେତେବେଳେ ସେ ଏହି ଆଇଡିଆ ପାଇଥିଲେ। ଲୋକମାନେ ରିଆନଙ୍କ ଭିଡିଓ ସମୀକ୍ଷା ପଦ୍ଧତି ପସନ୍ଦ କରିବାକୁ ଲାଗିଲେ। ତାଙ୍କ ଫ୍ୟାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା। ତିନି ବର୍ଷ ପରେ ରିଆନଙ୍କ ଲୋକପ୍ରିୟତା ଶିଖରରେ ପହଞ୍ଚିଥିଲା। ସେ ୨୦୧୮ ଏବଂ ୨୦୧୯ରେ ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରିଛନ୍ତି।

ରିଆନଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଖେଳନା କମ୍ପାନୀ ତାଙ୍କ ପାଖକୁ ଆସିଥାନ୍ତି ଏବଂ ରିଆନ ଅତ୍ୟାଧୁନିକ ଖେଳନାର ସମୀକ୍ଷା କରନ୍ତି। ଏଥି ସହିତ, ଲକ୍ଷ ଲକ୍ଷ ଲୋକ ତାଙ୍କ ଏହି ଭିଡିଓଗୁଡ଼ିକୁ ୟୁଟ୍ୟୁବ୍‌ରେ ଦେଖନ୍ତି। ଗତ ୫ ବର୍ଷ ମଧ୍ୟରେ ରିଆନ ନିଜକୁ ଜଣେ ସଫଳ ବ୍ରାଣ୍ଡ ଭାବେ ପ୍ରତିପାଦିତ କରିଛନ୍ତି। ୟୁଟ୍ୟୁବ୍‌ ଷ୍ଟାର୍‌ସ ୨୦୨୦ ଫୋର୍ବସ ତାଲିକାରେ ରିଆନ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ୨୨ ବର୍ଷୀୟ ଜିମି ଡୋନାଲ୍ଡସନ ଅଛନ୍ତି। ଯିଏ କି ମିଷ୍ଟର ବିଷ୍ଟ ଭାବରେ ଜଣାଶୁଣା। ସେ ୟୁଟ୍ୟୁବ୍‌ରୁ ୨୪ ମିଲିୟନ ଆୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri