Posted inଖେଳ

ମେସିଙ୍କ ଭବିଷ୍ୟତ ସମ୍ପର୍କରେ ବିଚାର ପାଇଁ ବାର୍ସିଲୋନାରେ ପହଞ୍ଚିଲେ ପିତା

ବାର୍ସିଲୋନା,୩।୯(ଏପି): ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ପିତା ଜର୍ଜ ଆର୍ଜେଣ୍ଟିନାରୁ ସିଧା ବାର୍ସିଲୋନାରେ ପହଞ୍ଚିଛନ୍ତି। ମେସିଙ୍କ ଭବିଷ୍ୟତ ସଂକ୍ରାନ୍ତରେ ଆଲୋଚନା କରିବାକୁ ସେ ବାର୍ସିଲୋନା କ୍ଲବର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଜର୍ଜ ମଧ୍ୟ ମେସିଙ୍କ ଏଜେଣ୍ଟ ଭାବେ କାର୍ଯ୍ୟକରନ୍ତି। ସେ କ୍ଲବ୍‌ ଅଧ୍ୟକ୍ଷ ଜୋସେଫ ବାର୍ଟୋମିୟୁ ଓ ଅନ୍ୟ ଅଧିକାରୀଙ୍କ ସହ ଭେଟି ଆଲୋଚନା କରିବେ ବୋଲି ଆଶା କରାଯାଉଛି। ତେବେ ଏହି ବୈଠକ କେବେ ବସିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏ ସଂକ୍ରାନ୍ତରେ କିଛି ଜାଣି ନାହିଁ ବୋଲି ଜର୍ଜ କହିଛନ୍ତି।
ଗତ ସପ୍ତାହରେ ମେସି କ୍ଲବ୍‌ ଛାଡିବାକୁ ବାର୍ସିଲୋନାକୁ କହିଥିଲେ। ଫଳରେ ବିବାଦ ସୃଷ୍ଟି ହୋଇଥିଲା। ମେସିଙ୍କ ଚୁକ୍ତି ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯଦି ମେସି ବାର୍ସିଲୋନା ଛାଡିବାକୁ ଚାହାନ୍ତି ତା’ହେଲେ ୭୦୦ ମିଲିୟନ ୟୁରୋ ଦେବାକୁ କ୍ଲବ ତରଫରୁ କୁହାଯାଇଛି। ୨୦ ବର୍ଷ ତଳେ ମେସି ବାର୍ସିଲୋନାରୁ ହିଁ କ୍ୟାରିୟର ଆରମ୍ଭ କରିଥିଲେ। ଏହି କ୍ଲବ ସହିତ ଜଡିତ ରହି ମେସି ତାଙ୍କ କ୍ୟାରିୟର ଶେଷ କରନ୍ତୁ ବୋଲି ବାର୍ସିଲୋନା ଚାହୁଁଛି। ଏ ନେଇ ମେସିଙ୍କୁ ବୁଝାଇବାକୁ ବାର୍ସିଲୋନ ପ୍ରୟାସ କରିଆସୁଛି ବୋଲି କ୍ଲବ ତରଫରୁ କୁହାଯାଇଛି। ନିଜ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପରେ ମେସି କ୍ଲବ ଅଧିକାରୀଙ୍କ ସହ କୌଣସି ଆଲୋଚନା କରିନାହାନ୍ତି। ଅଗଷ୍ଟ ୧୪ରେ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବାର୍ସିଲୋନା ୮-୨ ଗୋଲରେ ବେୟର୍ନ ମ୍ୟୁନିକ୍‌ଠାରୁ ପରାସ୍ତ ହୋଇଥିଲା। ଏହା ବାର୍ସିଲୋନା ପାଇଁ ସର୍ବବୃହତ୍‌ ପରାଜୟ ସାବ୍ୟସ୍ତ ହୋଇଥିଲା। ଏହି ପରାଜୟ ମେସିଙ୍କୁ ନିରାଶ କରିଥିଲା। ଚଳିତ ମାସ ଶେଷ ଆଡ଼କୁ ବାର୍ସିଲୋନା ସ୍ପାନିଶ୍‌ ଲିଗ୍‌ରେ ଭିଲାରିୟଲ ବିପକ୍ଷରୁ ସିଜନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri