କିମ୍‌ଙ୍କଠାରୁ ବି ଅଧିକ ଷ୍ଟାଇଲିଷ୍ଟ ତାଙ୍କ ଝିଅ, ପିନ୍ଧୁଛନ୍ତି ଦାମୀ ଜ୍ୟାକେଟ୍‌, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୮ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ତାଙ୍କର ନିଷ୍ଠୁରତାର କାହାଣୀ କେବଳ ଉତ୍ତର କୋରିଆରେ ସୀମୀତ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶକ୍ତି ପାଇଁ କିମ୍‌ ତାଙ୍କ ଲୋକଙ୍କୁ ଶୋଷଣ କରିବାଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ରହିଥାଏ। ଯେତେବେଳେ ବି ଏ ବିଷୟରେ କୌଣସି ଖବର ଆସେ, ସେଥିରେ ଏପରି କିଛି କାରଣ ରହିଥାଏ, ଯାହା ପଛରେ ତର୍କ ଖୋଜିବା କଷ୍ଟକର ହୋଇଯାଏ।

Kim Jong-un's Daughter Is His Likely Successor, South Korea Says - The New  York Times

ଏକଛତ୍ରବାଦୀ ଶାସକଙ୍କ ନିଷ୍ପତ୍ତି ଯେତିକି ଚର୍ଚ୍ଚା ତାଙ୍କ ପରିବାର ମଧ୍ୟ ସମାନ ଭାବରେ ଚର୍ଚ୍ଚାରେ ରହିଥାନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଉତ୍ତରାଧିକାରୀ କିଏ ହେବ ସେ ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି। କୁହାଯାଉଛି, କିମ୍‌ଙ୍କ ପରେ ତାଙ୍କ ସିଂହାସନ ଅଧିକାର କରିବେ ତାଙ୍କ ଭଉଣୀ। ଯିଏ ପୂର୍ବରୁ ଉତ୍ତର କୋରିଆ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଏହି ସମୟରେ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଦାବି କରିଛି ଯେ, କେବଳ କିମ୍‌ଙ୍କ ପ୍ରିୟ ଝିଅ ହିଁ ତାଙ୍କ ସିଂହାସନରେ ବସିବେ। ଆଉ କେହି ବି ବସିବେ ନାହିଁ।

North Korea: Kim Jong Un's 10-Year-Old Daughter Groomed for Leadership

ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି କହିଛି, ଏକଛତ୍ରବାଦୀ ଶାସକ କିମ୍‌ଙ୍କ ଝିଅ ଜୁ ଏଇ ତାଙ୍କ ଉତ୍ତରାଧିକାରୀ ହେବେ। ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ତାଙ୍କ ପିତାଙ୍କ ସହିତ କିପରି ନଜର ଆସୁଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଝିଅ ହିଁ ହେବେ କିମ୍‌ଙ୍କ ଉତ୍ତରାଧିକାରୀ। ୪୦ବର୍ଷୀୟ ଏକଛତ୍ରବାଦ ଶାସକଙ୍କ ଝିଅ ବର୍ତ୍ତମାନ ୧୧ ବର୍ଷ ବୟସର। ବିଶ୍ୱାସ କରାଯାଏ, ଯେତେବେଳେ କିମ୍‌ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଶକ୍ତି ହସ୍ତାନ୍ତର କରିବାକୁ ପଡ଼ିବ, ସେତେବେଳେ ସେ ତାଙ୍କର କୌଣସି ସମ୍ପର୍କୀୟଙ୍କ ପରିବର୍ତ୍ତେ ତାଙ୍କ ଝିଅକୁ ବିଶ୍ୱାସ କରିବେ।

Kim Jong Un's daughter is likely successor, South Korea says - Los Angeles  Times

ମାର୍ଚ୍ଚ ୨୦୨୩ରେ କିମ୍‌ ଜୁ ଏଇଙ୍କୁ ଏକ ଡିଆର ବ୍ରାଣ୍ଡ ଜ୍ୟାକେଟରେ ଦେଖିବାକୁ ମିଳିଥିଲା। ଯାହାର ମୂଲ୍ୟ ୧ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କାର। ସେ ଗୁଚିର ଚଷମା ପିନ୍ଧିଥିଲେ। ଏସବୁ ଏକ ସମୟରେ ଯେତେବେଳେ ଉତ୍ତର କୋରିଆର ଆର୍ଥିକ ସ୍ଥିତି ଖରାପ ଚାଲିଥିବା ବେଳେ ଏଠାରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି ଏବଂ ଲୋକମାନେ ଅନାହାରରେ ଅଛନ୍ତି। କିଛି ସମୟ ପୂର୍ବରୁ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଭୋକରେ କାନ୍ଦୁଥିବା ମହିଳାଙ୍କୁ ଦେଶର ସ୍ବାର୍ଥ ପାଇଁ ଯଥାସମ୍ଭବ ଅଧିକ ସନ୍ତାନ ପ୍ରସବ କରିବାକୁ ନିବେଦନ କରୁଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri