ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର ଥିଲେ ବ୍ୟକ୍ତି ବ୍ୟକ୍ତି ବିଛା ରାଶିର ହୋଇଥାଏ। ମଙ୍ଗଳ ଏହି ରାଶିର ସ୍ବାମୀ ଗ୍ରହ। ଏଣୁ ଅରୁରାଧା ନକ୍ଷତ୍ରଧାରୀଙ୍କ ଜାତକରେ ମଙ୍ଗଳ ଏବଂ ଶନି ଉଭୟଙ୍କ ପ୍ରଭାବ ରହିଥାଏ। ବିଶେଷକରି ଏମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ନକ୍ଷତ୍ର ମଧ୍ୟ ଅନୁରାଧା।

-ଏହି ନକ୍ଷତ୍ରରେ ଜନ୍ମିତ ଲୋକ ସ୍ପଷ୍ଟବାଦୀ ହୋଇଥାନ୍ତି। ଏମାନଙ୍କ ମନରେ ଯାହା ଚାଲେ ସେ ସଫାସଫା କହି ଦେଇଥାନ୍ତି। ସଫଳତା ଏମାନଙ୍କ ପାଦ ଚୁମେ। ଏମାନେ ବିଦେଶ ଯାତ୍ରା କରିଥାନ୍ତି। ଅନ୍ୟ ଉପରେ ସହଜରେ ଏମାନେ ପ୍ରଭାବ ପକାଇଥାନ୍ତି। କମ୍‌ ବୟସରୁ ଏମାନେ ରୋଜଗାର କରିବା ଆରମ୍ଭ କରିଥାନ୍ତି। ସଂଘର୍ଷ କରିବାକୁ ଏମାନେ ଭଲ ପାଇଥାନ୍ତି। ଅନ୍ୟର ସହାୟତା କରିବାକୁ ଏମାନେ ସର୍ବଦା ପ୍ରସ୍ତୁତ ଥାନ୍ତି। ନିଜର ଲକ୍ଷ୍ୟ ହାସଲ କରିବାକୁ ଏମାନେ ଚେଷ୍ଟା ଜାରି ରଖିଥାନ୍ତି। ଯେତେ ବାଧାବିଘ୍ନ ଆସୁ ନା କାହିଁକି ଏମାନେ ସଫଳତା ହାସଲ କରିଥାନ୍ତି।

-ଏମାନେ ଚାକିରିଠାରୁ ଅଧିକ ବ୍ୟାପାରରେ ରୁଚି ରଖିଥାନ୍ତି। ହେଲେ ଏମାନଙ୍କ କଥା କଟୁ ଲାଗିଥାଏ। ଏହି କାରଣରୁ ଲୋକଙ୍କୁ ଏମାନଙ୍କ କଥା ଖରାପ ଲାଗିଥାଏ। ଏମାନେ ଧର୍ମକୁ ଜାବୁଡ଼ି ଧରିଥାନ୍ତି। ଏମାନେ ଦେଖାଇହେବାକୁ ବିଲ୍‌କୁଲ ପସନ୍ଦ କରନ୍ତି ନାହିଁ। ଜୀବନର ଅନୁଭବରୁ ଏମାନେ ନିଜର ଅନୁଶାସନପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି। ଧନସମ୍ପଦ ମାମଲାରେ ଏମାନେ ଭାଗ୍ୟବାନ ହୋଇଥାନ୍ତି।

-ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ସମାଜର କଲ୍ୟାଣ ପାଇଁ କାମ କରିଥାନ୍ତି। ଏମାନଙ୍କ ଭିତରେ ଧୌର୍ଯ୍ୟ ଗୁଣ ବିଶେଷଭାବେ ରହିଥାଏ। ଏମାନେ ଉଦାର ବ୍ୟକ୍ତିତ୍ୱର ହୋଇଥାନ୍ତି। ଏଣୁ ଏମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।