ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ନ ଥିଲା, ବରଂ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ମାନବ ସଭ୍ୟତା ଉପରେ ରଚିଥିଲା ଏଭଳି ନରସଂହାର। ଘଟଣାକୁ ଦୀର୍ଘ ୭୫ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଆଜି ବି ସେତିକି ତାଜା ଏହାର କ୍ଷତ। ଏହା ଥିଲା ପୃଥିବୀର କୌଣସି ଦେଶ ଉପରେ ପ୍ରଥମ ପରମାଣୁ ଆକ୍ରମଣ, ଯାହା ମାତ୍ର କେଇ ସେକେଣ୍ଡ ମଧ୍ୟରେ ୮୦ ହଜାର ଲୋକଙ୍କୁ ଠେଲି ଦେଇଥିଲା ମୃତ୍ୟୁର ଗହ୍ବରକୁ। ପରମାଣୁ ବିକିରଣ ଏବଂ ଗୁରୁତରଙ୍କ ପରବର୍ତ୍ତୀ ସମୟରେ ମୃତ୍ୟୁକୁ ଆଳକନ କଲେ ଏହି ବୋମା ବିସ୍ଫୋରଣ ନେଇଥିଲା ପାଖାପାଖି ୨ ଲକ୍ଷ ଲୋକଙ୍କ ଜୀବନ। ଯୁଦ୍ଧ ସରିବାର ଦୀର୍ଘବର୍ଷ ପରେ ମଧ୍ୟ ବିକିରଣଜନିତ ଦୁଃଖକୁ ସହି ଆସୁଛନ୍ତି ହିରୋଶିମାବାସୀ।
ହିରୋଶିମା ଆକ୍ରମଣର ଠିକ୍‌ ୩ଦିନ ପରେ ଅଗଷ୍ଟ ୯ରେ ନାଗାସାକି ଦେଖିଥିଲା ପରମାଣୁ ଅସ୍ତ୍ରର ଭୟଙ୍କର ରୂପ, ଯେଉଁଥିରେ ୮୦ ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିଲା। ମାନବତା ଉପରେ ହୋଇଥିବା ଏହି ନିଷ୍ଠୁର ଆକ୍ରମଣ ପାଇଁ ଆମେରିକା ଅନେକ ଥର ଅନୁତାପ କରିସାରିଲାଣି। ଦୁନିଆର ଅନେକ ଦେଶ ମଧ୍ୟ ପରମାଣୁ ଅସ୍ତ୍ରର ଏପରି ଭୟଙ୍କର ବ୍ୟବହାର ନ କରିବା ଲାଗି ଶପଥ ନେଇଛନ୍ତି। ତଥାପି ଆଜି ବି କ୍ଷମତା କନ୍ଦଳରେ ଛନ୍ଦି ହୋଇଥିବା ପୃଥିବୀ ଉପରୁ ହଟିନି ପରମାଣୁ ଯୁଦ୍ଧର ଆଶଙ୍କା।
ଯୁଦ୍ଧ କାହାରି ପାଇଁ ଶୁଭଙ୍କରୀ ନୁହେଁ। ଯୁଦ୍ଧରେ ଯିଏ ବି ଜିତୁ ହେଲେ ଏହାର କୁପରିଣାମ ଉଭୟ ପକ୍ଷକୁ ଭୋଗିବାକୁ ପଡ଼ିଥାଏ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ସ୍ପଷ୍ଟ ପ୍ରମାଣିତ। ଏହି ଯୁଦ୍ଧରେ ପୃଥିବୀ ଦୁଇଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆକ୍ସିସ୍‌ ପାଓ୍ବାର ଜର୍ମାନୀ, ଇଟାଲୀ, ଜାପାନ, ହଙ୍ଗେରୀ ଭଳି ଅନେକ ଦେଶ ଥିବାବେଳେ ଅନ୍ୟପଟେ ଆଲାଏଡ୍‌ ପାଓ୍ବାର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ, ବ୍ରାଜିଲ। ତେବେ ହିଟ୍‌ଲରଙ୍କ ମୃତ୍ୟୁ ପରେ ଶକ୍ତିହୀନ ହୋଇପଡ଼ିଥିବା ଜର୍ମାନୀ ଆତ୍ମସମର୍ପଣ କରିଦେଲା। କେବଳ ଜାପାନ ହିଁ ଯୁଦ୍ଧରେ ନିଜର ପରାକ୍ରମ ଦେଖାଇ ଆସୁଥିଲା, ଯାହା ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ୍‌ଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏସବୁ ଭିତରେ ଆମେରିକାର ବୈଜ୍ଞାନିକମାନେ ୧୯୪୫ ଜୁଲାଇରେ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କଲେ। ଏହାପରେ ଜାପାନକୁ ରୋକିବାକୁ ଆରମ୍ଭ ହେଲା ଭୟଙ୍କର ଗୋଟିଚାଳନା। ଜାପାନ ଉପରେ ପରମାଣୁ ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ ଯୁଦ୍ଧ ସଚିବ ହେନ୍‌ରୀ ଷ୍ଟିମ୍‌ସନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ଯୁଦ୍ଧକୁ ଶୀଘ୍ର ଶେଷ କରିବା ଲାଗି ଅନ୍ୟ ବିକଳ୍ପ ଥିଲେ ମଧ୍ୟ ଅଧିକାରୀଙ୍କ ଚାପରେ ପଡ଼ି ଜାପାନ ଉପରେ ପରମାଣୁ ଅସ୍ତ୍ରର ପ୍ରୟୋଗ କରିବାକୁ ଏହି ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାକୁ ରାଜି ନ ଥିଲା। ଆମେରିକା ପାଇଁ ଇବୋଜିମା ଏବଂ ଆକିନାବା ଯୁଦ୍ଧ ମହଙ୍ଗା ସାବ୍ୟସ୍ତ ହୋଇସାରିଥିଲା। ଜାପାନର ନୌସେନା ଏବଂ ବାୟୁସେନା ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲେ ମଧ୍ୟ ଏଥିରେ ଆମେରିକା ନିଜର ବହୁ ସୈନ୍ୟ ହରାଇଥିଲା। ତେଣୁ ଜାପାନକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବାକୁ ଆମେରିକା ପାଖରେ ପରମାଣୁ ଆକ୍ରମଣ ହିଁ ଏକମାତ୍ର ବିକଳ୍ପ ହୋଇ ରହିଯାଇଥିଲା।
ପରମାଣୁ ବୋମା ପକାଇବା ଲାଗି ଜାପାନର ୪ ଗୁରୁତ୍ୱପୂର୍ଣ୍ଣ ସହରକୁ ଚିହ୍ନଟ କରାଯାଇଥିଲା। ହେଲେ ଶେଷ ନିଷ୍ପତ୍ତିକୁ ଆମେରିକା ସେନା ହାତରେ ଛାଡ଼ି ଦେଇଥିଲେ ଟ୍ରୁମ୍ୟାନ। ଶେଷରେ ଜାପାନ ସୈନ୍ୟ ସଞ୍ଚାଳନ ପ୍ରମୁଖ ସ୍ଥାନ ହିରୋଶିମାକୁ ଚିହ୍ନଟ କରାଯାଇଥିଲା। ଏହାପରେ ୧୯୪୫ ଅଗଷ୍ଟ ୬ ସକାଳ ୮ଟା ୧୫ରେ ହିରୋଶିମା ଉପରେ ଆମେରିକୀୟ ଏୟାରକ୍ରାଫ୍ଟ ‘ବି-୨୯ ଏନୋଲା ଗେ’ରୁ ପଡ଼ିଥିଲା ମୃତ୍ୟୁର ବୋମା ‘ଲିଟିଲ ବୟ’। ୩.୫ ମିଟର ଲମ୍ବା ଏବଂ ୪ ଟନ୍‌ ଓଜନ ବିଶିଷ୍ଟ ଏହି ପରମାଣୁ ବୋମା କିଛି ସେକେଣ୍ଡ ମଧ୍ୟରେ ୧୫ କିମି ପରିମିତ ଅଞ୍ଚଳକୁ ଛାରଖାର କରିଦେଇଥିଲା। ଏହାର ଠିକ୍‌ ୩ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୯ରେ ନାଗାସାକିରେ ପଡ଼ିଥିଲା ଆଉ ଏକ ବୋମା, ଯାହାର ନାମ ଥିଲା ‘ଫ୍ୟାଟ୍‌ ମ୍ୟାନ୍‌’। ଏହାପରେ ଅଗଷ୍ଟ ୧୪ରେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଦେଇଥିଲା। ଅଗଷ୍ଟ ୧୪ରେ ଜାପାନ ଆତ୍ମସମର୍ପଣ କରି ନ ଥିଲେ ଅନ୍ୟ ଏକ ସହର ପରମାଣୁ ଅସ୍ତ୍ରର ଶିକାର ହୋଇଥାନ୍ତା, ଯାହାର ପ୍ରସ୍ତୁତି ଆରମ୍ଭ କରିସାରିଥିଲା ଆମେରିକା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri