ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ନ ଥିଲା, ବରଂ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ମାନବ ସଭ୍ୟତା ଉପରେ ରଚିଥିଲା ଏଭଳି ନରସଂହାର। ଘଟଣାକୁ ଦୀର୍ଘ ୭୫ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଆଜି ବି ସେତିକି ତାଜା ଏହାର କ୍ଷତ। ଏହା ଥିଲା ପୃଥିବୀର କୌଣସି ଦେଶ ଉପରେ ପ୍ରଥମ ପରମାଣୁ ଆକ୍ରମଣ, ଯାହା ମାତ୍ର କେଇ ସେକେଣ୍ଡ ମଧ୍ୟରେ ୮୦ ହଜାର ଲୋକଙ୍କୁ ଠେଲି ଦେଇଥିଲା ମୃତ୍ୟୁର ଗହ୍ବରକୁ। ପରମାଣୁ ବିକିରଣ ଏବଂ ଗୁରୁତରଙ୍କ ପରବର୍ତ୍ତୀ ସମୟରେ ମୃତ୍ୟୁକୁ ଆଳକନ କଲେ ଏହି ବୋମା ବିସ୍ଫୋରଣ ନେଇଥିଲା ପାଖାପାଖି ୨ ଲକ୍ଷ ଲୋକଙ୍କ ଜୀବନ। ଯୁଦ୍ଧ ସରିବାର ଦୀର୍ଘବର୍ଷ ପରେ ମଧ୍ୟ ବିକିରଣଜନିତ ଦୁଃଖକୁ ସହି ଆସୁଛନ୍ତି ହିରୋଶିମାବାସୀ।
ହିରୋଶିମା ଆକ୍ରମଣର ଠିକ୍‌ ୩ଦିନ ପରେ ଅଗଷ୍ଟ ୯ରେ ନାଗାସାକି ଦେଖିଥିଲା ପରମାଣୁ ଅସ୍ତ୍ରର ଭୟଙ୍କର ରୂପ, ଯେଉଁଥିରେ ୮୦ ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିଲା। ମାନବତା ଉପରେ ହୋଇଥିବା ଏହି ନିଷ୍ଠୁର ଆକ୍ରମଣ ପାଇଁ ଆମେରିକା ଅନେକ ଥର ଅନୁତାପ କରିସାରିଲାଣି। ଦୁନିଆର ଅନେକ ଦେଶ ମଧ୍ୟ ପରମାଣୁ ଅସ୍ତ୍ରର ଏପରି ଭୟଙ୍କର ବ୍ୟବହାର ନ କରିବା ଲାଗି ଶପଥ ନେଇଛନ୍ତି। ତଥାପି ଆଜି ବି କ୍ଷମତା କନ୍ଦଳରେ ଛନ୍ଦି ହୋଇଥିବା ପୃଥିବୀ ଉପରୁ ହଟିନି ପରମାଣୁ ଯୁଦ୍ଧର ଆଶଙ୍କା।
ଯୁଦ୍ଧ କାହାରି ପାଇଁ ଶୁଭଙ୍କରୀ ନୁହେଁ। ଯୁଦ୍ଧରେ ଯିଏ ବି ଜିତୁ ହେଲେ ଏହାର କୁପରିଣାମ ଉଭୟ ପକ୍ଷକୁ ଭୋଗିବାକୁ ପଡ଼ିଥାଏ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ସ୍ପଷ୍ଟ ପ୍ରମାଣିତ। ଏହି ଯୁଦ୍ଧରେ ପୃଥିବୀ ଦୁଇଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆକ୍ସିସ୍‌ ପାଓ୍ବାର ଜର୍ମାନୀ, ଇଟାଲୀ, ଜାପାନ, ହଙ୍ଗେରୀ ଭଳି ଅନେକ ଦେଶ ଥିବାବେଳେ ଅନ୍ୟପଟେ ଆଲାଏଡ୍‌ ପାଓ୍ବାର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ, ବ୍ରାଜିଲ। ତେବେ ହିଟ୍‌ଲରଙ୍କ ମୃତ୍ୟୁ ପରେ ଶକ୍ତିହୀନ ହୋଇପଡ଼ିଥିବା ଜର୍ମାନୀ ଆତ୍ମସମର୍ପଣ କରିଦେଲା। କେବଳ ଜାପାନ ହିଁ ଯୁଦ୍ଧରେ ନିଜର ପରାକ୍ରମ ଦେଖାଇ ଆସୁଥିଲା, ଯାହା ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ୍‌ଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏସବୁ ଭିତରେ ଆମେରିକାର ବୈଜ୍ଞାନିକମାନେ ୧୯୪୫ ଜୁଲାଇରେ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କଲେ। ଏହାପରେ ଜାପାନକୁ ରୋକିବାକୁ ଆରମ୍ଭ ହେଲା ଭୟଙ୍କର ଗୋଟିଚାଳନା। ଜାପାନ ଉପରେ ପରମାଣୁ ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ ଯୁଦ୍ଧ ସଚିବ ହେନ୍‌ରୀ ଷ୍ଟିମ୍‌ସନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ଯୁଦ୍ଧକୁ ଶୀଘ୍ର ଶେଷ କରିବା ଲାଗି ଅନ୍ୟ ବିକଳ୍ପ ଥିଲେ ମଧ୍ୟ ଅଧିକାରୀଙ୍କ ଚାପରେ ପଡ଼ି ଜାପାନ ଉପରେ ପରମାଣୁ ଅସ୍ତ୍ରର ପ୍ରୟୋଗ କରିବାକୁ ଏହି ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାକୁ ରାଜି ନ ଥିଲା। ଆମେରିକା ପାଇଁ ଇବୋଜିମା ଏବଂ ଆକିନାବା ଯୁଦ୍ଧ ମହଙ୍ଗା ସାବ୍ୟସ୍ତ ହୋଇସାରିଥିଲା। ଜାପାନର ନୌସେନା ଏବଂ ବାୟୁସେନା ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲେ ମଧ୍ୟ ଏଥିରେ ଆମେରିକା ନିଜର ବହୁ ସୈନ୍ୟ ହରାଇଥିଲା। ତେଣୁ ଜାପାନକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବାକୁ ଆମେରିକା ପାଖରେ ପରମାଣୁ ଆକ୍ରମଣ ହିଁ ଏକମାତ୍ର ବିକଳ୍ପ ହୋଇ ରହିଯାଇଥିଲା।
ପରମାଣୁ ବୋମା ପକାଇବା ଲାଗି ଜାପାନର ୪ ଗୁରୁତ୍ୱପୂର୍ଣ୍ଣ ସହରକୁ ଚିହ୍ନଟ କରାଯାଇଥିଲା। ହେଲେ ଶେଷ ନିଷ୍ପତ୍ତିକୁ ଆମେରିକା ସେନା ହାତରେ ଛାଡ଼ି ଦେଇଥିଲେ ଟ୍ରୁମ୍ୟାନ। ଶେଷରେ ଜାପାନ ସୈନ୍ୟ ସଞ୍ଚାଳନ ପ୍ରମୁଖ ସ୍ଥାନ ହିରୋଶିମାକୁ ଚିହ୍ନଟ କରାଯାଇଥିଲା। ଏହାପରେ ୧୯୪୫ ଅଗଷ୍ଟ ୬ ସକାଳ ୮ଟା ୧୫ରେ ହିରୋଶିମା ଉପରେ ଆମେରିକୀୟ ଏୟାରକ୍ରାଫ୍ଟ ‘ବି-୨୯ ଏନୋଲା ଗେ’ରୁ ପଡ଼ିଥିଲା ମୃତ୍ୟୁର ବୋମା ‘ଲିଟିଲ ବୟ’। ୩.୫ ମିଟର ଲମ୍ବା ଏବଂ ୪ ଟନ୍‌ ଓଜନ ବିଶିଷ୍ଟ ଏହି ପରମାଣୁ ବୋମା କିଛି ସେକେଣ୍ଡ ମଧ୍ୟରେ ୧୫ କିମି ପରିମିତ ଅଞ୍ଚଳକୁ ଛାରଖାର କରିଦେଇଥିଲା। ଏହାର ଠିକ୍‌ ୩ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୯ରେ ନାଗାସାକିରେ ପଡ଼ିଥିଲା ଆଉ ଏକ ବୋମା, ଯାହାର ନାମ ଥିଲା ‘ଫ୍ୟାଟ୍‌ ମ୍ୟାନ୍‌’। ଏହାପରେ ଅଗଷ୍ଟ ୧୪ରେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଦେଇଥିଲା। ଅଗଷ୍ଟ ୧୪ରେ ଜାପାନ ଆତ୍ମସମର୍ପଣ କରି ନ ଥିଲେ ଅନ୍ୟ ଏକ ସହର ପରମାଣୁ ଅସ୍ତ୍ରର ଶିକାର ହୋଇଥାନ୍ତା, ଯାହାର ପ୍ରସ୍ତୁତି ଆରମ୍ଭ କରିସାରିଥିଲା ଆମେରିକା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri